ମୁଖ୍ୟ ଖବର

ଲିଟିଲ ହାର୍ଟସ ପରିଚାଳନା ନିର୍ଦ୍ଦେଶକଙ୍କ ପରଲୋକ

By Biswaranjan Pattnaik

April 27, 2021

ଅନୁଗୁଳ: ଲିଟିଲ ହାର୍ଟସ ଟଡ଼ଲର୍ସଏକାଡେମୀର ପରିଚାଳନା ନିର୍ଦ୍ଦେଶକ ତଥା ସମାଜସେବୀ ହେମନ୍ତ ଗୋହିଲଙ୍କ ମଙ୍ଗଳବାର ସକାଳେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା।ଗତ ଏକ ସପ୍ତାହ ଧରି ସେ ଅସୁସ୍ଥ ଥିଲେ। ସ୍କୁଲ ପରିଚାଳନା ଛଡା ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା, କରଡ଼ାଗାଡ଼ିଆ ଶ୍ମଶାନରେ ସ୍ନାନାଗାର ନିର୍ମାଣ,କୁଇଓ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ,ପ୍ରତିବର୍ଷ ଗରିବ ଛାତ୍ରଛାତ୍ରୀଙ୍କୁ ଲିଖନ ସାମଗ୍ରୀ ବିତରଣ ଆଦି ସମାଜସେବା କରିଆସୁଥିଲେ। ଜଣେ ସରଳ, ମିଷ୍ଟଭାଷୀ ବ୍ୟକ୍ତି ଭାବେ ସେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ମୁମ୍ବାଇରୁ ଆସି ପ୍ରଥମେ କିଛିଦିନ ଠିକାଦାରୀ କରିବା ପରେ ୧୯୯୫ ରେ ସେ ଲିଟିଲ ହାର୍ଟସ ଟଡ଼ଲର୍ସଏକାଡେମୀ ପ୍ରତିଷ୍ଠା କରିଥିଲେ। ଏବେ ଏହି ସ୍କୁଲଟି ଜିଲ୍ଲାର ଅନ୍ୟତମ ପ୍ରତିଷ୍ଠିତ ସ୍କୁଲଭାବେ ପରିଚୟ ଲାଭ କରିଛି। ମୃତ୍ୟୁବେଳକୁ ତାଙ୍କ ନିକଟରେ ପତ୍ନୀ ଜ୍ୟୋତି ଗୋହିଲ ଏବଂ ଝିଅ ଜ୍ୱାଇଁ ଉପସ୍ଥିତ ଥିଲେ। ସ୍ୱର୍ଗତ ଗୋହିଲଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।