ମୁଖ୍ୟ ଖବର

ମହିଧରପୁର ଠାରୁ ତଳମୂଳ ଯାଏଁ ବାଇପାସ ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ପୂର୍ତ୍ତ ବିଭାଗ ମନ୍ତ୍ରୀ

By Angul TV Bureau

December 12, 2022

ଅନୁଗୁଳ: ଭୁବନେଶ୍ୱର ନିର୍ମାଣ ସୌଧ ସମ୍ମିଳନୀ କକ୍ଷ ଠାରେ ଗତ ୯ ତାରିଖ ଦିନ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ମହିଧରପୁର ଠାରୁ ନୂଆହତା ରାସ୍ତାରେ ତଳମୂଳ ଗ୍ରାମ ବାଇପାସ ନିର୍ମାଣର ଅଗ୍ରଗତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ମହିଧରପୁର-ତଳମୂଳ-ବଉଳିଗଡ଼-ଗଡ଼ସନ୍ତ୍ରୀ ରାଜସ୍ୱ ଗ୍ରାମ ଦେଇ ପୂର୍ତ୍ତ ବିଭାଗ ରାସ୍ତାରେ ଉପରୋକ୍ତ ଗ୍ରାମ ଗୁଡିକର ବାଇପାସ ନିର୍ମାଣ ପାଇଁ ସର୍ଭେ ନିମନ୍ତେ ଏକ କନସଲଟଣ୍ଟ ଚୟନ କରାଗଲା। ଏଥି ସହିତ ମହିଧରପୁର ଠାରୁ NH 55 (ବଡ଼କେରା ଛକ) ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଏବଂ ବନ୍ତଳା ଛକ ବାଇପାସ ବ୍ୟବସ୍ଥା ଥାଇ NHAI ପକ୍ଷରୁ ସର୍ଭେ କରାଯିବା ନେଇ ବିସ୍ତୃତ ଆଲୋଚନା ହେଇଥିଲା। ଉକ୍ତ ୨ ଗୋଟି ରାସ୍ତାର ସର୍ଭେ ରିପୋର୍ଟ ଆସନ୍ତା ଫେବ୍ରୁଆରୀ ୭, ୨୦୨୩ ମଧ୍ୟରେ ଓଡିଶା ସରକାରଙ୍କ ନିକଟରେ ପ୍ରସ୍ତୁତ କରିବା ନେଇ ନିର୍ଦ୍ଦେଶ ଦିଆ ଯାଇଛି। ବୈଠକରେ ଅନୁଗୁଳ ବିଧାୟକ ତଥା ଓଡିଶା ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହ, NHAIର ଓଡ଼ିଶା ମୁଖ୍ୟ ଶ୍ରୀ ପଣ୍ଡା, ପୂର୍ତ୍ତ ବିଭାଗର EIC (ସିଭିଲ), ପୂର୍ତ୍ତ ବିଭାଗର Chief Engineer(ରୋଡ଼), ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ସନ୍ତୋଷ ପ୍ରଧାନ ଏବଂ ବଅଁରପାଳ ତହସିଲଦାର ଜିତେନ୍ଦ୍ର ସାହୁ ଯୋଗ ଦେଇଥିଲେ।