ମୁଖ୍ୟ ଖବର

ତାଳଚେର ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ୯ ଦଫା ଦାବି ଜଣାଇଲେ ବିଧାୟକ

By Angul TV Bureau

August 26, 2022

ତାଳଚେର: ଦୁଇଦିନିଆ ତାଳଚେର ସାର କାରଖାନା ଗସ୍ତରେ ଆସିଥିବା କେନ୍ଦ୍ର ସାର, ରସାୟନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ବିଭାଗ ମନ୍ତ୍ରୀ ଭଗୱନ୍ତ ଖୁବାଙ୍କୁ ଆଜି ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ ସାକ୍ଷାତ କରିଛନ୍ତି। ଏ ଅବସରରେ ସେ କେନ୍ଦ୍ର ମନ୍ତ୍ରୀଙ୍କୁ ୯ ଦଫା ଦାବି ପତ୍ର ପ୍ରଦାନ କରିଥିଲେ।

ଏହି ଦାବିଗୁଡ଼ିକ ମଧ୍ୟରେ ପ୍ଲାଣ୍ଟ କାର୍ଯ୍ୟ ଶୀଘ୍ର ସାରିବାକୁ, ସାର କାରଖାନାରେ ଜମି ହରାଇଥିବା ଲୋକଙ୍କୁ କ୍ଷତିପୂରଣ ସହ ସ୍ଥାୟୀ ନିଯୁକ୍ତି ପ୍ରଦାନ, ଚାକିରି ଅଧାରୁ ବାଧ୍ୟତାମୂଳକ ଅବସର ଦେଇଥିବା ବ୍ୟକ୍ତିଙ୍କ ପରିବାରର ଜଣକୁ ନିଯୁକ୍ତି ପ୍ରଦାନ ଆଦି ରହିଛି। ଲୋକଙ୍କ ଉନ୍ନତିକରଣ ଉପରେ ଦୃଷ୍ଟି ଦେବାକୁ ବିଧାୟକ ଦାବି କରିଥିଲେ। ତେବେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଏହି ଦାବିଗୁଡି଼କ ଉପରେ ଗୁରୁତ୍ୱ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି। ଏହି ଦାବିପତ୍ର ପ୍ରଦାନ ବେଳେ ବିଜେଡିର ସମସ୍ତ କର୍ମୀ ଉପସ୍ଥିତ ଥିଲେ।