ମୁଖ୍ୟ ଖବର

ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ, ଅନୁଗୁଳରେ ବି ଅଟକିଛି ଗାଡ଼ିମଟର

By Angul TV Bureau

March 15, 2023

ଅନୁଗୁଳ: ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଷ୍ଟିଅରିଂ ଛାଡ ଆନ୍ଦୋଳନ ଆରମ୍ଭ ହୋଇଛି l ଏହି ବନ୍ଦର ପ୍ରଭାବ ଅନୁଗୁଳ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ଓଡିଶା ଡ୍ରାଇଭର ମହାସଂଘ, ଓଡିଶା ମୋଟର ଚାଳକ ସଂଘ ଓ ପରିବହନ ସଂଘ ଭଳି ୬ ଟି ସଂଘ ମିଳିତ ଭାବେ ୯ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦେଇଛନ୍ତି l ଦାବି ପୂରଣ ନ ହେବା ପର୍ଯ୍ଯନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘ ଚେତାବନୀ ଦେଇଛି l ଅନୁଗୁଳ ଜିଲ୍ଲାରେ ସରୋଜ ସ୍ୱାଇଁଙ୍କ ନେତୃତ୍ଵରେ ପଞ୍ଚମହଲା ଛକ ଠାରେ, ଲଲିତ ପ୍ରଧାନଙ୍କ ନେତୃତ୍ଵରେ ବନ୍ତଳା ଛକ ଠାରେ, ରୋହିତ୍ ବେହେରାଙ୍କ ନେତୃତ୍ଵରେ ଛେଳିଆପଡା ଛକରେ, ବଳରାମ ସାହୁଙ୍କ ନେତୃତ୍ଵରେ ବଡକେରା ଛକରେ ଏହି ଆନ୍ଦୋଳନ ଚାଲିଛି l

ଆନ୍ଦୋଳନରେ ହଜାର ହଜାର ଡ୍ରାଇଭର ସାମିଲ ହୋଇଛନ୍ତି l ହଳଦିଆ ନମ୍ଵର୍ ପ୍ଲେଟ ଲାଗିଥିବା ଗାଡ଼ି ବା ଯେଉଁ ଗାଡି ପରିବହନ କ୍ଷେତ୍ରରେ ନିୟୋଜିତ ହେଉଛି; ସେହି ବସ୍, ଟ୍ରକ୍, ଟ୍ୟାକ୍ସି, ଅଟୋ ଏବଂ ଟ୍ରାଭେଲ୍ସ ଗାଡିକୁ ଅଟକାଯାଉଛି। କିନ୍ତୁ ସ୍କୁଲ ଗାଡି, ଜରୁରୀ କାଳୀନ ଗାଡି ସହିତ ପ୍ରାଇଭେଟ ନମ୍ଵର୍ ଥିବା ଗାଡିକୁ ଅଟକା ଯାଉନାହିଁ। ଶାନ୍ତି ପୂର୍ଣ୍ଣ ଭାବେ ଏହି ଆନ୍ଦୋଳନ ଚାଲିଥିବା ନେଇ ସଂଘ ପକ୍ଷରୁ ସୂଚନା ମିଳିଛି।