ମୁଖ୍ୟ ଖବର

ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା କରିବାକୁ ଆନ୍ଦୋଳନକୁ ବର୍ଷେ, ଆସନ୍ତାକାଲିଠାରୁ ବିଧାନସଭା ଆଗରେ ଧାରଣା ଦେବ କ୍ରିୟାନୁଷ୍ଠାନ କମିଟି

By Angul TV Bureau

December 05, 2023

ତାଳଚେର: ତାଳଚେରକୁ ସ୍ବତନ୍ତ୍ର ଜିଲ୍ଲା କରିବା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣାକୁ ଆଜି ବର୍ଷେ ପୂରିଛି। ଏହା ଗତ ବର୍ଷ ଡିସେମ୍ବର ୫ ତାରିଖରେ ଆରମ୍ଭ ହୋଇଥିଲା। ଏ ଅବସରରେ କ୍ରିୟାନୁଷ୍ଠାନ କମିଟି କହିଛି, ଗତ କାଲି ପଦ୍ମପୁର ଜିଲ୍ଲା ହେବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତାଳଚେର ଜିଲ୍ଲା ଦାବିରେ ବିଧାନସଭା ସାମ୍ନାରେ ଗଣଧାରଣା ପାଇଁ ସରକାର ଆମକୁ ଆସନ୍ତାକାଲି ଅନୁମତି ଦେଇଛନ୍ତି। ଏଣୁ କମିଟି ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯିବ। ଏହି ଲଢ଼େଇରେ ସମସ୍ତେ ସାମିଲ ହେବାକୁ କମିଟି ତରଫରୁ କୁହାଯାଇଛି।