ମୁଖ୍ୟ ଖବର

୬ ଦିନ ହେବ ଏମ୍‌ଆର‌୍‌ଆଇ ସେବା ବନ୍ଦ

By Biswaranjan Pattnaik

December 25, 2020

ଅନୁଗୁଳ: ଗତ ୨୦ ତାରିଖରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଏମ୍‌ଅର‌୍‌ଆଇ ୟୁନିଟ୍‌ ବନ୍ଦ ରହିଛି। ଅନୁଗୁଳ ମେଡିକାଲ୍‌ର ଜଣେ ପୂର୍ବତନ ଅଧିକାରୀଙ୍କ ପ୍ରତିକୂଳ ଲିଖିତ ମନ୍ତବ୍ୟ ଆଧାରରେ କୌଣସି ଡାକ୍ତର ଏମ୍‌ଆର‌୍‌ଆଇ କରିବାକୁ ସୁପାରିଶ କରୁନାହାନ୍ତି। ଫଳରେ ଅନେକ ରୋଗୀ ନିରାଶ ହୋଇ ଫେରିଯାଉଛନ୍ତି। ଅନ୍ୟପଟେ ଏସ୍‌ସିବି, ଏମ୍‌ସ୍‌ ଏବ˚ ଅନ୍ୟ ଘରୋଇ ହସ୍‌ପିଟାଲ୍‌ ପ୍ରଫେସର ମାନଙ୍କ ଦ୍ବାରା ସୁପାରିଶ କରାଯାଉଥିବା ଏମ୍‌ଆର‌୍‌ଆଇ ସେବା ମଧ୍ଯ ବନ୍ଦ ରଖାଯାଉଛି। ଅନେକ ଡାକ୍ତର ସାଧାରଣ କ୍ଷେତ୍ରରେ ଏମ୍‌ଆର‌୍‌ଆଇ ପାଇଁ ଚିଠା ଲେଖୁଥିବାରୁ ଏହାଦ୍ବାରା ସରକାରଙ୍କ ରାଜସ୍ବ ହାନି ହେଉଥିବା ମନେ କରି ଅଧିକାରୀ ଜଣକ ଏଭଳି ମନ୍ତବ୍ୟ ଦେଇଥିବା କୁହାଯାଉଛି। ତେବେ ଏମ୍‌ଆର‌୍‌ଆଇ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବାକୁ ଅନୁଗୁଳବାସୀ ହଜମ କରିପାରିନାହାନ୍ତି। ଏହି ସେବାକୁ ପୁନଃ ପ୍ରଚଳନ ନକଲେ ଅନୁଗୁଳବାସୀ ନିଶ୍ଚିତ ଭାବେ ରାଜରାସ୍ତାକୁ ଓହ୍ଲାଇବେ। ଏଠାରେ ସୂଚନାଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିପିପି ମୋଡ୍‌ରେ ଏହି ଏମ୍‌ଆର‌୍‌ଆଇ ସେବା ପ୍ରଦାନ କରାଯାଉଛି ଏବ˚ ମାସକୁ ପ୍ରାୟ ୧୦୦ରୁ ୧୫୦ ରୋଗୀ ଏଥିରେ ଊପକୃତ ହେଉଛନ୍ତି।