ମୁଖ୍ୟ ଖବର

ଜାତୀୟ, ରାଜ୍ୟ ରାଜପଥ ପାଇଁ ଧାର୍ଯ୍ୟ ହେଲା ଗାଡ଼ିର ବେଗ

By Angul TV Bureau

November 21, 2021

ଅନୁଗୁଳ: କେଉଁ ରାସ୍ତାରେ କେତେ ସ୍ପିଡରେ ଗାଡି ଚଳାଇବେ, ସେ ନେଇ ପରିବହନ କର୍ତୃପକ୍ଷ ରବିବାର ନୂଆ ନିୟମ ଲାଗୁ କରିଛନ୍ତି । ପରିବହନ କର୍ତୃପକ୍ଷ ବିଜ୍ଞପ୍ତି ଅନୁସାରେ ବାଇକ ଚାଳକମାନେ ସାଧାରଣ ରାସ୍ତାରେ ସର୍ବାଧିକ ଘଂଟା ପ୍ରତି ୪୦ କିଲୋମିଟର ବେଗରେ ଗାଡି ଚଳାଇପାରିବେ । ବାଇକ୍ ପାଇଁ ୪ ଲେନ୍ ଜାତୀୟ ରାଜପଥରେ ସର୍ବାଧିକ ୬୦ କିମି ଘଣ୍ଟା ପ୍ରତି ବେଗ ରେ ଚଲାଇବାକୁ ଅନୁମତି ଥିବା ବେଳେ ସହରାଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ସର୍ବାଧିକ ୪୦ କିମି ବେଗରେ ଚଲାଇ ପାରିବେ। ସେହିଭଳି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବାଇକ ଚାଳକ ସର୍ବାଧିକ ୫୦ କିମି ବେଗରେ ଚଳାଇ ପାରିବେ।  ସେହିପରି  ଡ୍ରାଇଭରଙ୍କ ବ୍ୟତୀତ ୮ ଜଣରୁ କମ୍ ପରିବହନ କ୍ଷମତା ଥିବା ଗାଡ଼ି ୪ ଥାକିଆ ରାସ୍ତାରେ ଘଣ୍ଟାପ୍ରତି ସର୍ବାଧିକ ୧୦୦ କିଲୋମିଟର ବେଗରେ ଯାଇ ପାରିବ । ଡ୍ରାଇଭର ସହ ୯ରୁ ଅଧିକ ଯାତ୍ରୀ ପରିବହନ କ୍ଷମତା ଥିବା ଗାଡ଼ି ୪ ଲେନ୍ ରାସ୍ତାରେ ଘଣ୍ଟାପ୍ରତି ସର୍ବାଧିକ ୮୦ କିଲୋମିଟର ବେଗରେ ଯାଇ ପାରିବ । ସେହିଭଳି ପୌରାଞ୍ଚଳ ଦେଇ ଯାଇଥିବା ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସର୍ବାଧିକ ୫୦ କିଲୋମିଟର ଏବଂ ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସର୍ବାଧିକ ୬୦ କିଲୋମିଟର ବେଗରେ ଯାତ୍ରା କରି ପାରିବ ।  ଯାତ୍ରୀ ପରିବହନ ପାଇଁ ବ୍ୟବହୃତ ୮ ଜଣରୁ କମ ପରିବହନ କ୍ଷମତା ଥିବା ଗାଡ଼ି ୪ ଲେନ୍ ରାସ୍ତାରେ ଘଣ୍ଟାପ୍ରତି ସର୍ବାଧିକ ୮୦ କିଲୋମିଟର ବେଗରେ ଯାଇ ପାରିବ । ପୌରାଞ୍ଚଳ ଦେଇ ଯାଇଥିବା ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସର୍ବାଧିକ ୫୦ କିଲୋମିଟର ଏବଂ ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସର୍ବାଧିକ ୬୦ କିଲୋମିଟର ବେଗରେ ଯାତ୍ରା କରି ପାରିବ । ନିୟମରେ ଖିଲାପ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।