ମୁଖ୍ୟ ଖବର

ଆସନ୍ତା କାଲି ଠାରୁ ହେବ ନୂଆ ବସ୍ ଷ୍ଟାଣ୍ଡ କାର୍ଯ୍ୟକାରୀ

By Biswaranjan Pattnaik

May 09, 2023

ଅନୁଗୁଳ: ବହୁ ବାଦ ବିବାଦ ପରେ ନୂଆ ବସ ଷ୍ଟାଣ୍ଡ ଆସନ୍ତା ମେ ୧୦ ତାରିଖ ଠାରୁ କାର୍ଯ୍ୟକାରୀ ହେବ। ଏଥିପାଇଁ ରହିଥିବା ଅଡ଼ୁଆ ଦୂର ହେଇଚି। ଆଜି ମଧ୍ୟାହ୍ନରେ ନୂଆ ବସ ଷ୍ଟାଣ୍ଡରେ ଆରଟିଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଥିଲା। ମିଲନ ଡେଭେଲପର ଓ ବସ ମାଲିକ ସଂଘ ମଧ୍ୟରେ ଏହି ବୈଠକ ବସି ପାର୍କିଂ ଫି ଦୈନିକ ୫୦ ଟଙ୍କାରେ ତୁଟିବା ପରେ ଘଟଣାର ସମାଧାନ ହୋଇଥିଲା। ତେଣୁ ବୁଧବାର ଠାରୁ ସମସ୍ତ ଘରୋଇ ବସ ଓ ଓଏସଆରଟିସି ବସ ନୂଆ ଷ୍ଟାଣ୍ଡକୁ ଯିବେ ବୋଲି ଜଣା ପଡ଼ିଛି। ସଂଘ ପକ୍ଷରୁ ସଭାପତି ମାନସ ସାମଲ,ସମ୍ପଦକ ସନ୍ତୋଷ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସୋମବାର ଦିନ ଭୁବନେଶ୍ୱରରେ ପରିବହନ ସଚିବ ଓ ରାଜ୍ୟ ବସ ପରିବହନ କାର୍ଯ୍ୟକର୍ତାଙ୍କ ମିଟିଂ ପରେ ମିଲନ ଡେଭେଲପର ଉପରେ ଚାପ ପଡିଥିଲା ଏବଂ ସମାଧାନ ପାଇଁ ବାଟ ଫିଟିଥିଲା ।