ଅନ୍ୟାନ୍ୟ

ଦାୟିତ୍ୱ ନେଲେ ନୂଆ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟାଳୟରେ ମୁଣ୍ଡିଆ ମାରି କଲେ ଗୃହ ପ୍ରବେଶ

By Angul TV Bureau

February 26, 2025

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପିର ନୂତନ ସଭାପତି ଭାବେ ଯଯାତି ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ ନୂତନ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

ନୂତନ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପ୍ରବେଶ ପୂର୍ବରୁ ଦୁଆରେ ମୁଣ୍ଡିଆ ମାରିଥିଲେ। ସେ ଦାୟିତ୍ୱ ନେବା ସମୟରେ ସାଂସଦ ରୁଦ୍ର ନାରାୟଣ ପାଣି, ବିଧାୟକ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅଗସ୍ତି ବେହେରା, ପ୍ରାକ୍ତନ ବିଧାୟକ ରମେଶ ସାଏ, ଜିଲ୍ଲାର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ।