ମୁଖ୍ୟ ଖବର

ଡେଙ୍ଗୁ ହାର କମୁଛି, ଆକ୍ରାନ୍ତଙ୍କ ସଂଖ୍ୟା ୧୯

By Biswaranjan Pattnaik

December 19, 2021

ଅନୁଗୁଳ: ଅନୁଗୁଳରେ ଗତ ସପ୍ତାହରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଥିବାବେଳେ ଶନିବାର ଏଥିରେ ଏକ ବୃଦ୍ଧି ପାଇ ୧୯ ରେ ପହଞ୍ଚିଛି। କହିବାକୁ ଗଲେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ସାମାନ୍ୟ ବ୍ରେକ୍ ଲାଗିଛି। ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ବ୍ଲକ୍, ସବ୍‌ଡିଭିଜନ ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖାଯାଇ କିଭଳି ଡେଙ୍ଗୁ ନିୟନ୍ତ୍ରଣ କରାଯିବ ସେଥିନେଇ ଆକ୍ସନ ପ୍ଲାନ୍ କରାଯାଇଛି। ଠିକ ଭାବେ ଆବର୍ଜନା ନିଷ୍କାସନ କରାଯାଇ ଏଡିସ ମଶା କିଭଳି ବୃଦ୍ଧି ନପାଇବେ ସେଥିପାଇଁ ସବୁ ପୌରପାଳିକା ଏବଂ ଏନ୍‌ଏସିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।