ଘଟଣା ଓ ଦୁର୍ଘଟଣା

ଗାଧୋଇବାକୁ ଯାଇ କେନାଲରେ ବୁଡିଗଲେ ବୃଦ୍ଧ, ଘଟଣାସ୍ଥଳରେ ମୁତ୍ୟୁ

By Angul TV Bureau

April 27, 2023

ତାଳଚେର: ତାଳଚେର ବ୍ଲକ୍ ଧରମପୁର ଗାଁରେ କେନାଲରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଟଙ୍କଧର ନାଏକ (୮୦)।

ସୂଚନା ଅନୁସାରେ, ଆଜି ଦିନ ୧୨ ଟା ବେଳେ ଟଙ୍କ ସ୍ନାନ କରିବା ପାଇଁ କେନାଲକୁ ଯାଇଥିଲେ। ସେଠାରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଛି। ପରିବାର ଲୋକେ ବହୁ ଖୋଜାଖୋଜି କରି ନ ପାଇଥିବା ବେଳେ ସ୍ଥାନୀୟ ଲୋକେ କେନାଲ ମଧ୍ୟରେ ତାଙ୍କ ମୃତ ଦେହ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଆଜି ଖରା ଅଧିକ ଥିବା ଯୋଗୁ ମୁଣ୍ଡ ବୁଲାଇ ସେ ପାଣିରେ ବୁଡି ଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ତାଙ୍କୁ ମଣ୍ଡାପାଳ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ନେଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।