ଘଟଣା ଓ ଦୁର୍ଘଟଣା

କୂଅରେ ପଡ଼ି ବୃଦ୍ଧ ମୃତ

By Angul TV Bureau

May 23, 2022

ଅନୁଗୁଳ: ସ୍ଥାନୀୟ ଅଙ୍ଗାରବନ୍ଧ ପଞ୍ଚାୟତ କୁମ୍ଭାର ସାହି ଗାଁରେ କୂଅରେ ଗଳି ପଡ଼ିବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି କୁମ୍ଭାର ସାହିର ପ୍ରାଣବନ୍ଧୁ ଦାସ (୮୦)। ରବିବାର ବିଳମ୍ବିତ ରାତିରେ ସେ କୂଅ ଉପରେ ବସି ପବନ ଖାଉଥିଲେ। ଏହି ସମୟରେ ହଠାତ ସେ କୂଅ ଭିତରକୁ ଗଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିପାରିନଥିଲେ। ଗ୍ରାମବାସୀ ଙ୍କ ଠାରୁ ଖବର ପାଇ ଅନୁଗୁଳ ଦମକଳ ବାହିନୀ ପହଞ୍ଚି ତାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।