ଘଟଣା ଓ ଦୁର୍ଘଟଣା

ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର, ହସ୍ପିଟାଲରେ ଭର୍ତ୍ତି କଲେ ପରିବାର ଲୋକ

By Sanjeeb Biswal

March 22, 2022

ଅନୁଗୁଳ : ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର। ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ରାଇଝରଣ ଗାଁ ସ୍ଥିତ ରାଇଝରଣ ଡ୍ୟାମ୍ ନିକଟରେ ମଙ୍ଗବାର ବାରହା ଆକ୍ରମଣ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଆଜି ରାଇଝରଣ ଗାଁର ରମେଶ ସେଠୀ ଓ ତାଙ୍କ ପରିବାର ଲୋକ ଡ୍ୟାମ୍ ପାଖରେ ଥିବା ବଗିଚାକୁ କାମ କରିବାକୁ ଯାଇଥିଲେ। କାମ ସରିବା ପରେ ରମେଶ ଡ୍ୟାମକୁ ଧୋଇ ହେବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ଏକ ବାରହା ଆସି ତାଙ୍କୁ ଆକ୍ରମଣ କରିଥିଲା। ଚିତ୍କାର ଶୁଣି ପରିବାର ଲୋକ ଆସିବାରୁ ବାରହାଟି ସ୍ଥାନ ଛାଡ଼ି ଚାଲିଯାଇଥିଲା। ପରିବାର ଲୋକେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ରମେଶଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଟିକେ ଭଲ ଥିବା ଡାକ୍ତର କହିଛନ୍ତି।