ଅନୁଗୁଳ: କରୋନା କଟକଣା କୋହଳ ପରେ କେବଳ ଘରୋଇ ବସ୍ ନୁହଁ, ସରକାରୀ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି। ଅନୁଗୁଳ ସରକାରୀ ବସଷ୍ଟାଣ୍ଡ୍ରେ ଏକାଧିକ ବସ୍ ପୂର୍ବଭଳି ଛିଡ଼ା ହୋଇ ରହିଛନ୍ତି। ପୂର୍ବରୁ ଅନୁଗୁଳରୁ ୬ଟି ରୁଟ୍ରେ ଓଏସ୍ଆରଟିସିର ବସ୍ ଚଳାଚଳ କରୁଥିଲା। ମାତ୍ର ସରକାର କଟକଣା କୋହଳ କରିବା ସତ୍ତ୍ବେ ଗୋଟିଏ ବି ବସ୍ ଗଡୁନି। ପରୀକ୍ଷାମୂଳକ ଭାବେ ଆସନ୍ତା ୬ ତାରିଖରୁ ଗୋଟିଏ ରୁଟ୍ରେ ବସ୍ ଚଲାଚଳ କରିବାକୁ ଓଏସ୍ଆର୍ଟିସି ନିଷ୍ପତ୍ତି ନେଇଛି। ଅନୁଗୁଳରୁ ଏହି ବସ୍ ଜୟପୁର ଯାତ୍ରା କରିବ। ପରବର୍ତ୍ତୀ ସମୟରେ ଅନ୍ୟ ରୁଟ୍ରେ ଚଳାଚଳ ପାଇଁ ଚିଠି ଆସିଲେ, ବସ୍ ଚଳାଚଳ ସ୍ବାଭାବିକ କରାଯିବ ବୋଲି ଓଏସ୍ଆର୍ଟିସିର ଅନୁଗୁଳ ୟୁନିଟ୍ ପକ୍ଷରୁ କୁହାଯାଇଛି।