ଅନ୍ୟାନ୍ୟ

ଛାତ୍ରଛାତ୍ରୀଙ୍କ ସହାୟତା ଟଙ୍କା ଲୁଟୁଛନ୍ତି ଅଧିକାରୀ, ଲାଞ୍ଚ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅଭିଭାବକ

By Swagatika Samantray

June 20, 2022

ଅନୁଗୁଳ: ପାଠ ପଢ଼ିବାକୁ ସରକାର ଦେଉଥିବା ଆର୍ଥିକ ସହାୟତାକୁ ଲୁଟୁଛନ୍ତି ଅଧିକାରୀ। ଆଉ ମାଗିଲେ ଦାବି କରୁଛନ୍ତି ଲାଞ୍ଚ। ଆଜି ଏଭଳି ଏକ ଅଭିଯୋଗ ନେଇ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ବଅଁରପାଳ ବ୍ଲକ କାଣ୍ଡସର ଗାଁର ତ୍ରିନାଥ ଚରଣ ପ୍ରଧାନ।

ତ୍ରିନାଥଙ୍କ ଅଭିଯୋଗ ମୁତାବକ, ତାଙ୍କ ପୁଅ ଭୋଳେଶ୍ଵର ପ୍ରଧାନର ୨୦୧୮ ମସିହାରୁ ଅଷ୍ଟମ, ନବମ, ଦଶମର ଏଜୁକେସନ ପଇସା ଏବେ ଯାଏଁ ମିଳିନାହିଁ। ଏଥିପାଇଁ ସେ ଆବେଦନ କରିଥିଲେ, କିନ୍ତୁ ଲେବର ଅଫିସରେ ଆଜି ଦେବେ କାଲି ଦେବେ କହି ସମୟ ଗଡ଼େଇ ଚାଲିଛନ୍ତି। ପଇସା କରାଇ ଦେବାକୁ ଜଣେ ଅଧିକାରୀ ତାଙ୍କୁ ୫୦୦୦ ଟଙ୍କା ଲାଞ୍ଚ ମଧ୍ୟ ମାଗିଥିବା ନେଇ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ତ୍ରିନାଥ। ତେବେ ତ୍ରିନାଥଙ୍କ ଅଭିଯୋଗ ଶୁଣିବା ପରେ ଜିଲ୍ଲାପାଳ ତାଙ୍କୁ ଏଜୁକେସନ ପଇସା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।