ମୁଖ୍ୟ ଖବର

ଚର୍ଚ୍ଚାରେ ଅନୁଗୁଳ ମେଡିକାଲ: ୪ମହଲାରୁ ପଡି ରୋଗୀ ମୃତ

By Biswaranjan Pattnaik

December 16, 2021

ଅନୁଗୁଳ: ଗତ କିଛି ମାସ ଧରି ବଦନାମର ଶୀର୍ଷରେ ଥିବା ଅନୁଗୁଳ ମେଡିକାଲରେ ଗୁରୁବାର ବଡିଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ୪ ମହଲା ବିଶିଷ୍ଟ ଅନ୍ତର୍ବାସି ରୋଗୀ କୋଠାରୁ ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ଗୋତମରା ଗାଁର ପଦ୍ମ ଚରଣ ବିଶ୍ୱାଳ ତାଙ୍କ ପୁଅ ଚିକୁନ ବିଶ୍ୱାଳ ଗତ ବୁଧବାର ସ୍ୟାନିଟାଇଜ଼ର ପିଇ ଦେବାରୁ ତାଙ୍କୁ ପରିବାର ଲୋକେ ଅନୁଗୁଳ ମେଡିକଲ ରେ ଭର୍ତି କରାଇ ଥିଲେ। ଗୁରୁବାର ବଡି ଭୋର ସମୟରେ ଚିକୁନର ମା ଟଏଲେଟ ଯାଇଥିବା ବେଳେ ବାପା ତାଙ୍କୁ ଜଗି ବାକୁ ଯାଇଥିଲେ। ପାଗଳ ଭଳି ବ୍ୟବହାର କରୁଥିବା ତଥା ରାତି ସାରା ପାଟିତୁଣ୍ଡ କରୁଥିବା ଜଣେ ରୋଗୀକୁ ଡରି ଏଭଳି ଘଟଣା ଘଟିଥିଲା। ମାତ୍ର ୫ ମନିଟ ପରେ। ମା ଦେଖିଲେ ପୁଅ ବିଛଣାରେ ନାହିଁ। ଖୋଜା ଖୋଜି ରୁ ଜଣା ପଡ଼ିଲା ଚିକୁନ ଚାରି ମହଲାରୁ ଖସି ପଶିଛି।

ମୁଣ୍ଡରେ ଆଘାତ ଲାଗିଛି। ତୁରନ୍ତ ତାକୁ କାଜୁଆଲିଟି ନିଆଯାଇଥିଲା । ସେଠାରେ ଡ଼ା ଦୀପକ ଗଡନାୟକ ଚିକୁନକୁ ମୃତ ଘୋଷଣା କରିଥିଲେ। ଏହାପରେ ମେଡିକାଲ କର୍ମଚାରୀ ତରବରିଆ ଭାବେ ପଡିଥିବା ସ୍ଥାନରୁ ରକ୍ତଦାଗ ଲିଭାଇ ଦେଇଥିଲେ। ସୂଚନା ପାଇ ଅନୁଗୁଳ ପୋଲିସ ଘଟଣାର ତଦନ୍ତ କରୁଚି। ତଦନ୍ତ ପରେ ଏହା ଦୁର୍ଘଟଣା ନା ଆତ୍ମହତ୍ୟା ତାହା ଜଣା ପଡିବ। ପରିବାରବର୍ଗଙ୍କ ଠାରୁ ମିଳିଥିବା ସୁଚନା ଅନୁସାରେ ଚିକୁନ ତାଳଚେର କଲେଜରେ +୩ ବିଜ୍ଞାନ ଶେଷ ବର୍ଷ ଛାତ୍ର ଥିଲେ। ଗତ କିଛିଦିନ ହେଲା ତାଙ୍କର ମୁଣ୍ଡ ଦୋଷ ବାହାରିଥିଲା। ଏଥିପାଇଁ ସେ ଦୁଇ ଦୁଇ ଥର ଫିନାଇଲ ପିଇ ଦେଇଥିଲେ। କଥା ଉଠୁଛି ମେଡିକାଲ ଉକ୍ତ କୋଠା ଦାୟିତ୍ୱରେ ରାତିରେ ତିନି ସିକ୍ୟୁରୀଟି ଓ ଦୁଇ ସୁପର ଭାଇଜର ଥିଲେ। ଏହା ଛଡା ନର୍ସ ଏବଂ ଆଟେଣ୍ଡାଣ୍ଟ ମଧ୍ୟ ଥିବେ। ଚିକୁନ ମେଡ଼ିକାଲ ଛାତ ଉପରକୁ ଯିବା ଜାଣି ପାରିଲେନି କେମିତି? ଏହାର ତଦନ୍ତ ହେବା ଉଚିତ। ସେହିଭଳି ଆତ୍ମହତ୍ୟା ଉଦ୍ୟମ କରୁଥିବା ବା ମୁଣ୍ଡ ଦୋଷ ଥିବ। ରୋଗୀଙ୍କୁ ଅଲଗା ସାଇକିଆଟ୍ରିକ ୱାର୍ଡରେ ନରଖି ମେଡ଼ିସିନ ୱାର୍ଡରେ ରଖା ଯାଉଛି କାହିଁକି କିଛି ମାସ ତଳେ ଜଣେ ରୋଗୀ କୋଠାକୁ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲା। ଅଗ୍ନିଶମ ବାହିନୀ ତାକୁ ଉଦ୍ଧାର କରିବା ପାଇଁ ନାକେ ଦମ ହୋଇଥିଲା। ସେ ଘଟଣାରୁ ହସପିଟାଲ କର୍ତ୍ତୃପକ୍ଷ କିଛି ବୁଦ୍ଧି ଶିଖିନଥିବା ଜଣା ପଡୁଛି।