ମୁଖ୍ୟ ଖବର

ଏଣିକି ଗାଡ଼ିରୁ ଜରିମାନା ଆଦାୟ କରିପାରିବେନି ପୋଲିସ, ଆସିଲା ନୂଆ ନିୟମ

By Angul TV Bureau

August 19, 2022

ଭୁବନେଶ୍ୱର: ଏଣିକି ଗାଡ଼ିରୁ ଜରିମାନା ଆଦାୟ କରିପାରିବେନି ରାଜ୍ୟ ପୋଲିସ। ନିକଟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଗୁରୁ ପୋଲିସକୁ ଏହି କ୍ଷମତା ଦିଆଯାଇଥିଲା। କିନ୍ତୁ ଏବେ ତାହାକୁ ପ୍ରତ୍ୟାହାର କରି ନିଆଯାଇଛି। ଏନେଇ ପୋଲିସ ଡିଜି ଏବଂ ପରିବହନ କମିଶନରଙ୍କୁ ଅବଗତ କରାଯାଇଛି।

ଅନ୍ୟପଟେ କେବଳ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସ୍ଥାନୀୟ ପୋଲିସ ଏବଂ ସହରାଞ୍ଚଳ ପୋଲିସ ଜରିମାନା ଆଦାୟ କରିପାରିବେ। ବୈଠକରେ ପୋଲିସ ଜରିମାନା ଆଦାୟ କରୁଥିବା ନେଇ ବସ୍‌ ମାଲିକ ସଂଘ ଅଭିଯୋଗ କରାଯାଇଥିଲା। ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ଚାଲାଣ ଏବଂ ଜରିମାନା ଆଦାୟ କରୁଥିବା ଅଭିଯୋଗ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ ଯେ ୨୦୧୯ ମସିହାରେ ପରିବହନ ବିଭାଗ ପକ୍ଷରୁ ସ୍ଥାନୀୟ ପୋଲିସକୁ ଗାଡିମଟର କାଗଜପତ୍ର ଯାଞ୍ଚ ସହ ଜରିମାନା ଆଦାୟ କ୍ଷମତା ଦିଆଯାଇଥିଲା।