ଘଟଣା ଓ ଦୁର୍ଘଟଣା

ହୃଦ୍‌ଘାତରେ ପ୍ରିଜାଇଡିଂ ଅଫିସରଙ୍କ ପରଲୋକ

By Biswaranjan Pattnaik

February 15, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ରଜାମୁଣ୍ଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଭେନ୍ଦୁ କୁମାର ନାୟକଙ୍କ ମଙ୍ଗଳବାର ସକାଳେ ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ଚଳିତ ପଞ୍ଚାୟତ ନିର୍ବାଚନରେ ବନରପାଳ ବ୍ଲକରେ ପ୍ରିଜାଇଡିଂ ଅଫିସର ରୂପେ ଯୋଗ ଦେବା ପାଇଁ ଘରୁ ବାହାରୁଥିବା ବେଳେ ଶୁଭେନ୍ଦୁ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ କିଶୋରନଗର ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରୀ ନାୟକଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।