ଅନ୍ୟାନ୍ୟ

ଘୁଞ୍ଚିଲା ‘ପୁଷ୍ପା ୨’ର ରିଲିଜ୍‌ ତାରିଖ ! ନୂଆବର୍ଷରେ ଆସିପାରେ ପ୍ରେକ୍ଷାଳୟକୁ

By Angul TV Bureau

August 26, 2024

ନୂଆଦିଲ୍ଲୀ : ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନା ଅଭିନୀତ ‘ପୁଷ୍ପା’ ଖୁବ୍‌ ଲୋକପ୍ରିୟ ହୋଇଥିଲା। ଏବେ ଦର୍ଶକ ଏହାର ଦ୍ବିତୀୟ ଭାଗ ‘ପୁଷ୍ପା: ଦ ରୁଲ୍‌’ର ରିଲିଜ୍‌କୁ ଅପେକ୍ଷା କରିଛନ୍ତି। ହେଲେ ଏବେ ଖବର ଆସିଛି ଯେ ପୁଷ୍ପା ୨ର ରିଲିଜ୍ ବିଳମ୍ବରେ ହେବ। ଡିସେମ୍ବର ୬ରେ ବିଶ୍ବସ୍ତରରେ ୫ଟି ଭାଷାରେ ଏହା ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଥିଲା। କିନ୍ତୁ ନୂଆବର୍ଷକୁ ଏହା ଘୁଞ୍ଚିବାର ସମ୍ଭାବନା ସୃଷ୍ଟି ରହିଥିବା ଚର୍ଚ୍ଚା ହେଉଛି।

ଅନ୍ୟପଟେ ଭିକି କୌଶଲ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ବଲିଉଡ୍‌ ଫିଲ୍ମ ‘ଛାବା’ର ଟ୍ରେଲର୍ ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି ଏବଂ ଫିଲ୍ମଟି ଡିସେମ୍ବର ୬ ତାରିଖରେ ପ୍ରେକ୍ଷାଳୟକୁ ଆସିବ ବୋଲି ସୂଚନା ରହିଛି। ସେହି ସମାନ ତାରିଖରେ ଏକ ବଡ଼ ବଜେଟ୍‌ର ତାମିଲ୍‌ ‌ସିନେମା ବି ରିଲିଜ୍‌ ହେଉଥିବାରୁ ‘ପୁଷ୍ପା ୨’କୁ ପ୍ରଯୋଜନା ସଂସ୍ଥା ୨୦୨୫ ଗ୍ରୀଷ୍ମଋତୁରେ ରିଲିଜ୍‌ କରିବା ପାଇଁ ଚିନ୍ତା କରିପାରେ ବୋଲି ଅନୁମାନ କରାଯାଉଛି। ପୂର୍ବ ଫିଲ୍ମ ଭଳି ଏଥିରେ ମଧ୍ୟ ନିର୍ଦ୍ଦେଶକ ସୁକୁମାର ଓ ଅଭିନେତା ଅଲ୍ଲୁ ଅର୍ଜୁନ ସେମାନଙ୍କର ସର୍ବଶ୍ରେଷ୍ଠ ଦେବା ପାଇଁ ଉଦ୍ୟମ ଚଳାଇଛନ୍ତି।

ପ୍ରକାଶ ଯେ ‘ପୁଷ୍ପା୨’ରେ ଅଲ୍ଲୁ ଅର୍ଜୁନଙ୍କ ସମେତ ଫହାଦ ଫସିଲ୍‌ ଓ ରଶ୍ମିକା ମନ୍ଦାନାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ୫୦୦ କୋଟି ବଜେଟରେ ଏହି ସିନେମା ନିର୍ମାଣ ହେଉଥିବା ଜଣାଯାଇଛି।