ମୁଖ୍ୟ ଖବର

“ଚାଲିବାର ଅଧିକାର ଏକ ମୌଳିକ ଅଧିକାର” ରାସ୍ତା ହେବ ତ ଫୁଟ ପାଥ ହେବ

By Biswaranjan Pattnaik

August 07, 2026

ଅନୁଗୋଳ: ଗତ ୧୯ ଜୁନ୍ ରେ ମାନ୍ୟବର ସୁପ୍ରିମକୋର୍ଟ ଏକ ସିଭିଲ ଅପିଲର ଉତ୍ତରରେ ଚାଲିବାର ଅଧିକାରକୁ ଏକ ମୌଳିକ ଅଧିକାର ଭାବେ ମାନ୍ୟତା ଦେଇଛନ୍ତି। ଏହି ନିର୍ଦ୍ଦେଶନାମା ଉପରେ ରାଜ୍ୟ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଗତ ଅଗଷ୍ଟ ୧ ତାରିଖରେ ଏକ ଚିଠି ଜାରି କରି ସବୁ ଏନଏସି, ମ୍ୟୁନିସିପାଲିଟୀ, କର୍ପୋରେସନକୁ ଏଣିକି ରାସ୍ତା ପ୍ରଶସ୍ତିକରଣ ବେଳେ ଫୁଟ ପାଥ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଶେଷକରି ସ୍କୁଲ ,ହସ୍ପିଟାଲ,ବଜାର,ବସ୍ ଟର୍ମିନାଲ,ସରକାରୀ କାର୍ଯ୍ୟାଳୟ ଆଦି ଚାରିପଟେ କିଭଳି ପାଦଚଲା ରାସ୍ତା ହେବ ତାହା ଦେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏହାଦ୍ବାରା ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ଠାରୁ ସାଧାରଣ ଜନତା ସୁବିଧାରେ ଚାଲି ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ।