ଅନୁଗୁଳ: ନଗର କଂଗ୍ରେସ ତରଫରୁ ସଭାପତି ସୁଦିପ୍ ମିଶ୍ରଙ୍କ ନେତୃତ୍ୱରେ ୫୫ନଂ ଜାତୀୟ ରାଜପଥ ଥାନା ଛକ ନିକଟରେ ସୃଷ୍ଟି ହୋଇଥିବା ବହୁତ ବଡ଼ ବଡ଼ ଗାତକୁ ଆଜି ବାଲି ଗୋଡ଼ି ଦେଇ ମରାମତି କରାଯାଇଛି। ଏହି ଗାତ ଯୋଗୁ ବହୁତ ଲୋକ ପ୍ରାୟତଃ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି। ଏହି ରାସ୍ତାରେ ପ୍ରତି ଦିନ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଯାତାୟାତ କରିଥାନ୍ତି। କିନ୍ତୁ କାହାର ନଜର ଏହା ଉପରେ ପଡୁନଥିବାରୁ ବାଧ୍ୟ ହୋଇ ନଗର କଂଗ୍ରେସ ତରଫରୁ ଆଜି ରାସ୍ତା ମରାମତି କରାଯାଇଛି।
ଏହି କାର୍ଯ୍ୟରେ ଜିଲ୍ଲା କଂଗ୍ରେସ ଉପସଭାପତି ତପନ ପ୍ରଧାନ, ସାଧାରଣ ସମ୍ପାଦକ ବଲବୀର ସିଂ, କୋଷାଧ୍ୟକ୍ଷ ସଞ୍ଜୀବ ମାଣ୍ଡୁ ଠିଆ, ସମ୍ପାଦକ ରଶ୍ମିରଞ୍ଜନ ସାହୁ, ମହିଳା ନେତ୍ରୀ କସୀଦ ଖାଁ, ଯୁବ ସଭାପତି ଲୁଟୁ ରଞ୍ଜନ ଥାପା, ଛାତ୍ର କଂଗ୍ରେସ ସଭାପତି ବିଶ୍ୱରଞ୍ଜନ ପାଣିଗ୍ରାହୀ, ସତ୍ୟବ୍ରତ କର୍ଣ୍ଣ ପ୍ରମୁଖ ଉପସ୍ଥିତ ଥିଲେ।