ଘଟଣା ଓ ଦୁର୍ଘଟଣା

ରାତି ଅଧିଆ ଯୁବକଙ୍କୁ ଲୁଟ୍ ଉଦ୍ୟମ ବିଫଳ, ହସ୍ପିଟାଲରେ ଭର୍ତ୍ତି

By Sanjeeb Biswal

February 03, 2023

ଅନୁଗୁଳ: ଜରପଡ଼ା ଥାନା କଞ୍ଜରା ମୁଣ୍ଡା ସାହିର ସତ୍ୟବାଦୀ ସାହୁ ଗୁରୁବାର ରାତିରେ ଜିନ୍ଦଲ କମ୍ପାନୀରୁ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ଲୁଟ ଉଦ୍ୟମ ହୋଇଛି। ଏ ନେଇ ସେ ଜରପଡ଼ା ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ସତ୍ୟବାଦୀ ସାହୁ କମ୍ପାନୀରୁ ଫେରିବା ବେଳେ ଜଣେ ଦୁର୍ବୃତ୍ତ ନିକାଞ୍ଚନ ରାସ୍ତାରେ ତାଙ୍କୁ ଆକ୍ରମଣ କରି ଲୁଟ ଉଦ୍ୟମ କରିଥିଲା। ଏହି ଆକ୍ରମଣରେ ସତ୍ୟବାଦୀ ଆହତ ହୋଇଥିଲେ ମଧ୍ୟ କୌଶଳ କ୍ରମେ ଖସି ଆସିଥିଲେ। ପରେ ଏ ନେଇ ସେ ଜରପଡା ଥାନାରେ ଅଭିଯୋଗ କରିବା ସହ ଜରପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇ ଥିଲେ। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି।