ଅନ୍ୟାନ୍ୟ

୭୨ ତମ ସମ୍ବିଧାନ ଦିବସ, ସମ୍ବିଧାନର ସୁରକ୍ଷାରେ ସମସ୍ତଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

By Angul TV Bureau

November 26, 2021

ଅନୁଗୁଳ: ଅନୁଗୁଳ ଭାରତୀୟ ଭାଷା ଆନ୍ଦୋଳନ ଏବଂ ଅନୁଗୁଳ ବାର ଆସୋସିଏସନର ମିଳିତ ସହଯୋଗରେ ଜିଲ୍ଲା ନ୍ୟାୟାଳୟ ପରିସରରେ ଶୁକ୍ରବାର ୭୨ତମ ସମ୍ବିଧାନ ଦିବସ ପାଳନ ହୋଇ ଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଜିଲ୍ଲା ଦୌରା ଜଜ୍ ଡ଼ ଭାଗ୍ୟଲକ୍ଷ୍ମି ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସର୍ବସାଧାରଣଙ୍କ ପାଇଁ ସମ୍ବିଧାନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଅନୁଗୋଳ ବାର ଆସୋସିଏସନର ସଭାପତି ଦିଲୀପ କୁମାର ସାହୁ, ବକ୍ତା ଭାବେ ବରିଷ୍ଠ ଓକିଲ ସୁବାଷ ଚନ୍ଦ୍ର ମିଶ୍ର, ପରମା ନନ୍ଦ ମିଶ୍ର, ଅକ୍ଷୟ କୁମାର ପଟ୍ଟନାୟକ ଯୋଗ ଦେଇ ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଭାରତୀୟ ଭାଷା ଆନ୍ଦୋଳନର ରାଜ୍ୟ ସାଧାରଣ ସମ୍ପାଦକ ତଥା ଆଇନଜୀବୀ ଅର୍ଜୁନ କୁମାର ମୁଦୁଲି ପରିଚାଳନା କରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଓକିଲ ମହେନ୍ଦ୍ର କୁମାର ବସ୍ତିଆ, ପ୍ରଦୀପ କୁମାର ଦେବତା, ପୂର୍ବତନ ସଭାପତି ଦିଲୀପ କୁମାର ଦାସ, ପଦ୍ମ ଚରଣ ପ୍ରଧାନ, ସୁଶିଲ କୁମାର ପ୍ରଧାନ, ଦୀପକ୍ କୁମାର ପାଣି, ଧର୍ମେନ୍ଦ୍ର ନାଥ ମିଶ୍ର, ଗୋପାଳ ଅଗ୍ରୱାଲ, ପାର୍ଥ ସାରଥି ପ୍ରଧାନ, ବୁବୁନ୍ ପ୍ରଧାନ, ବିରଞ୍ଚି ସାହୁ, ପ୍ରହଲ୍ଲାଦ ଗୋଚ୍ଛାୟତ, ଧ୍ରୁବ ଚରଣ ଦେହୁରୀ, ସୌମ୍ୟ ରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇ ସମ୍ବିଧାନର ବିଭିନ୍ନ ଅନୁଛେଦ ଉପରେ ଆଲୋଚନା କରିଥିଲେ।