ଅନ୍ୟାନ୍ୟ

ଶୁଖିଲା ଖାଦ୍ୟ ବାଣ୍ଟିଲେ ସରପଞ୍ଚ

By Biswaranjan Pattnaik

May 17, 2021

ଅନୁଗୁଳ: କରୋନା ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବାକୁ ରାଜ୍ୟରେ ଲକଡାଉନ୍ ଜାରି ହୋଇଛି । ଲୋକ କାମଧନ୍ଦା ହରାଇ ଘରେ ବସି ରହିଛନ୍ତି। ଗରିବ ଶ୍ରେଣୀର ଲୋକ ଜୀବିକା ହରାଇ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ସଂଗ୍ରହ ପାଇଁ ସଂଘର୍ଷ କରୁଛନ୍ତି। ଏହି ବିପତ୍ତି ସମୟରେ ବଅଁରପାଳ ବ୍ଳକ୍ ଜାମୁନାଳୀ ପଞ୍ଚାୟତର ସରପଞ୍ଚ ପ୍ରମିଳା ନାୟକ ସହାୟତାର ହାତ ବଢ଼ାଇଛନ୍ତି। କୁଇଓ ପଞ୍ଚାୟତର ୫ଟି ଓ ସୁବର୍ଣ୍ଣପୁର ହରିଜନ ସାହିରେ ୧୨ଟି ଗରିବ ଶ୍ରେଣୀର ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି। ସେହିପରି ପଞ୍ଚାୟତର କିଡ୍‌ନୀ ରୋଗୀରେ ପୀଡ଼ିତ ହୋଇଥିବା ସଚ୍ଚିଦାନନ୍ଦ ଗଡ଼ନାୟକଙ୍କୁ ଆର୍ଥିକ ସହଯୋଗ କରିବା ସହିତ ତାଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। କରୋନା କାଳରେ ସରପଞ୍ଚଙ୍କ ଏଭଳି ମହତ୍ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।