ମୁଖ୍ୟ ଖବର

ଅନୁଗୁଳରେ ଇଭିଏମ୍ ଓ ଭିଭିପାଟର ଦ୍ଵିତୀୟ ରାଣ୍ତମାଇଜେସନ ପ୍ରକ୍ରିୟା ଶେଷ

By Angul TV Bureau

May 11, 2024

ଅନୁଗୁଳ: ଭାରତୀୟ ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଦେଶ କ୍ରମେ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେରେ ଅନୁଗୁଳ ଜିଲ୍ଲାର ଦ୍ଵିତୀୟ ଇଭିଏମ୍ ଓ ଭିଭିପ୍ୟାଟର ରାଣ୍ଡାମାଇଜେସନ ପ୍ରକ୍ରିୟା ଆଜି ଜିଲ୍ଲା କାର୍ଯ୍ୟାଳୟର ଓସ୍ୱାନ କେନ୍ଦ୍ର ଠାରେ ଶେଷ ହୋଇଛି।ଅନୁଗୁଳ ଜିଲ୍ଲାପାଳ ଅବ୍ଦାଲ୍ ଏମ ଅଖତରଙ୍କ ଅଧ୍ୟକ୍ଷତା, ସାଧାରଣ ପର୍ଯ୍ୟବେକ୍ଷକ ପଦୁମ୍ ସିଂ ଅଲ୍ମା ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ଅନଲାଇନରେ ଶେଷ ହୋଇଛି।

ଏହି ପ୍ରକ୍ରିୟାରେ ପ୍ରତି ବାଲଟ ୟୁନିଟ, କଣ୍ଟ୍ରୋଲ ୟୁନିଟ ଓ ଭିଭିପାଟକୁ ଏକ ନିର୍ଦ୍ଦିଷ୍ଟ ମତଦାନ କେନ୍ଦ୍ର ସହ ଅନଲାଇନରେ ସଂଯୋଗ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର, ଅନୁଗୁଳ ଉପଜିଲ୍ଲାପାଳ ବରୁଣ୍ୟେନ୍ଦୁ ମହାନ୍ତି, ଅନୁଗୁଳର ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଅଧ୍ୟକ୍ଷ ସୁବ୍ରତ ଚାଟାର୍ଜୀ ପ୍ରମୁଖ ଯୋଗ ଦେଇଥିଲେ।