କ୍ରୀଡ଼ା

ଉଦଯାପିତ ହେଲା ଦ୍ବିତୀୟ ରାଜ୍ୟସ୍ତରୀୟ ଗଣପତ କପ୍‌ କ୍ରିକେଟ୍‌ ପ୍ରତିଯୋଗିତା, ଅନୁଗୁଳ ଫାଇଟର୍ସକୁ ହରାଇ ବିଜୟୀ ହେଲା ମୁନ୍‌ ଏକାଦଶ

By Angul TV Bureau

April 17, 2023

ଅନୁଗୁଳ : ସ୍ଥାନୀୟ ଅମଲାପଡ଼ା ଦୁର୍ଗାପୂଜା ପଡ଼ିଆରେ ଉଦଯାପିତ ହୋଇଛି ଦ୍ବିତୀୟ ରାଜ୍ୟସ୍ତରୀୟ ଗଣପତ କପ୍‌ କ୍ରିକେଟ୍‌ ପ୍ରତିଯୋଗିତା। ଅନୁଗୁଳ ଫାଇଟର୍ସକୁ ହରାଇ ମୁନ୍‌ ଏକାଦଶ ବିଜୟୀ ହୋଇଛି। ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ଚମ୍ପିଆନ ଦଳକୁ ଟ୍ରଫି ସହ ୩୦ ହଜାର ଟଙ୍କା ଓ ରନର୍ସ ଅପ୍‌ ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଫ୍ଲଡ୍‌ ଲାଇଟ୍‌ ତଳେ ହେଇଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ବଛାବଛା ୮ଟି ଦଳ ଭାଗ ନେଇଥିଲେ।

ସମ୍ମାନିତ ଅତିଥି ଭାବେ ଅନୁଗୁଳ ବାର୍‌ ଆସୋସିଏସନ ସଭାପତି ଦିଲ୍ଲୀପ ସାହୁ, ସମାଜସେବୀ କାଳିଆ ରଣା, କରଣ ସିଂହ ସିକ୍ୟୁରିଟି ସଂସ୍ଥାର ଇନ୍‌ଚାର୍ଜ ଭବାନୀ ଶଙ୍କର ନାୟକ ଯୋଗ ଦେଇଥିଲେ। ଗଣପତ୍‌ କ୍ଲବ୍‌ର ସଭାପତି ଚନ୍ଦ୍ରକାନ୍ତ ପ୍ରଧାନ, ସଂପାଦକ ସନ୍ଧାନ ଦାସ, ଉପସଭାପତି ଚନ୍ଦନ କୁମାର ସାହୁ, ଉପଦେଷ୍ଟା ତାପସ ରଂଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାକୁ ବୀରେନ୍ଦ୍ର ନାୟକ, ରବୀନ୍ଦ୍ର ସାହୁ, ବିଶ୍ବଜିତ ପ୍ରଧାନ, ରଂଜନ ସାହୁ, ପବିତ୍ର ଭଞ୍ଜ, ଲିବ୍‌ଲୁ ଜେନା, ସୁକାନ୍ତ ସାହୁ, କଲ୍ଲୋ କିଶୋର ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନ, ସୁବ୍ରତ ବାରିହା, ଅର୍ଦ୍ଧେନ୍ଦୁ ବିଶ୍ବାଳ, ସ୍ନେହାଂଶୁ ସାହୁ, ସୁଜିତ ବାରିକ, ବିଭୂତି ସାହୁ ପ୍ରମୁଖ ପରିଚାଳନା କରିଥିଲେ।