ଘଟଣା ଓ ଦୁର୍ଘଟଣା

ଛୁଆକୁ ତଣ୍ଟି କାଟି ମାରିବା ପରେ ସାବତ ମା’ କଲା ଆତ୍ମହତ୍ୟା

By Angul TV Bureau

January 16, 2023

କଟକ: କଟକ ମଧୁପାଟଣା ଥାନା ଶ୍ରୀରାମନଗରରେ ଆଜି ସକାଳୁ ଏକ ଛାତି ଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମା’ ଦୁଇ ବର୍ଷର ଛୁଆକୁ ତଣ୍ଟି କାଟି ହତ୍ୟା କରିବା ପରେ ନିଜ ଜୀବନ ହାରିଛି। ତେବେ ମହିଳା ଜଣକ ଛୁଆର ନିଜ ମା’ ନୁହେଁ, ବରଂ ସାବତ ମା’ ବୋଲି ଜଣାପଡିଛି। ଖବର ପାଇ ଘଟଣାରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରହିଛି। ତେବେ ଜଣେ ମା’ ଏଭଳି ଚରମ ପଦକ୍ଷେପ ନେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସେ କାହିଁକି ଓ କିଭଳି ସ୍ଥିତିରେ ଛୁଆକୁ ମାରିଲେ ସେ ନେଇ ପୋଲିସ ତଦନ୍ତ କରୁଛି।