ଘଟଣା ଓ ଦୁର୍ଘଟଣା

ଖଣି କ୍ଷତିଗ୍ରସ୍ତ ଜରଡା ଗ୍ରାମବାସୀଙ୍କ ୪ଦଫା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ

By Angul TV Bureau

January 03, 2021

ଅନୁଗୁଳ : କଣିହାଁ କୋଇଲା ଖଣି ଦ୍ୱାରା କ୍ଷତିଗ୍ରସ୍ତ ଜରଡ଼ା ଗ୍ରାମବାସୀ ଚାରି ଦଫା ଦାବିନେଇ ଶୁକ୍ରବାର ସନ୍ଧ୍ୟାରୁ ଖଣିର କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଗ୍ରାମବାସୀମାନଙ୍କ ଦାବି ଗୁଡିକ ମଧ୍ୟରେ ରହିଛି ଜରଡ଼ା ଗ୍ରାମବାସୀଙ୍କୁ ସ୍ଥାନୀୟ ପଥରମୁଣ୍ଡା ଗ୍ରାମରେ ତୁରନ୍ତ ଥଇଥାନ, ଖଣିଦ୍ୱାରା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ହୋଇଥିବା ଜମି ଅଧିଗ୍ରହଣ ଅନୁଯାୟୀ ୧୮ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ କୋଇଲା ଖଣିରେ ନିଯୁକ୍ତି, ସେହିପରି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଜମି ହରାଇଥିବା ପ୍ରଜାଙ୍କୁ ପରିବାରରେ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ଜମିପ୍ଲଟ ପ୍ରଦାନ କରିବା, ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ କ୍ଷତିଗ୍ରସ୍ତଲୋକଙ୍କୁ ଗୃହ, ଜମି ଓ ବିଭିନ୍ନ ଗଛର ପ୍ରାପ୍ୟ ବର୍ତ୍ତମାନ ବଜାର ଦରରେ କ୍ଷତିପୂରଣ ଅର୍ଥ ପ୍ରଦାନ କରିବା। ଖଣିଠାରୁ ଜରଡ଼ା ଗାଁକୁ ସଂଲଗ୍ନ କରୁଥିବା ୩ ଶହମିଟର ପରିସରରେ ଥିବା ଜମିକୁ ଏମସିଏଲ କର୍ତ୍ତୃପକ୍ଷ ମେସିନ ଲଗାଇ ଶୁକ୍ରବାର ସନ୍ଧ୍ୟାରେ ମାଟିକାଟୁ ଥିବାରୁ ଗ୍ରାମବାସୀ କାମ ବନ୍ଦ କରିଦେଇଛନ୍ତି। ଏହାର ସମାଧାନ ନହେବା ଯାଏ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଜରଡ଼ା ଗ୍ରାମବାସୀ ଅଡି ବସିଛନ୍ତି। କଣିହାଁ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି।