ମୁଖ୍ୟ ଖବର

ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଶିକ୍ଷୟିତ୍ରୀ! ଠିକ ସମୟରେ ଆସୁ ନାହାନ୍ତି ସ୍କୁଲ, ଛାତ୍ରଛାତ୍ରୀ ହନ୍ତସନ୍ତ

By Angul TV Bureau

November 15, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ପଞ୍ଚାୟତର କରଡ଼ାବଣିସାହି ପ୍ରାଥମିକ ବିଦ୍ୟାଳୟରେ ଠିକ ସମୟରେ ସ୍କୁଲ ଆସୁ ନାହାନ୍ତି ଶିକ୍ଷୟିତ୍ରୀ। ଦିଦି ମନ ଇଚ୍ଛା ବିଦ୍ୟାଳୟକୁ ଆସୁଥିବା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, କରଡ଼ାବଣିସାହି ପ୍ରାଥମିକ ବିଦ୍ୟାଳୟ ବହୁ ପୁରୁଣା ଏବଂ ଏହା ଉପରେ ଅନେକ ଛାତ୍ରଛାତ୍ରୀ ଶିକ୍ଷା ପାଇଁ ନିର୍ଭର କରନ୍ତି। ଶିକ୍ଷାଦାନ ନିମନ୍ତେ ଏଠାରେ ସରକାରଙ୍କ ତରଫରୁ ୩ ଜଣ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତ କରାଯାଇଛି। ମାତ୍ର ଅଭିଭାବକ ତଥା ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଏହି ଶିକ୍ଷୟିତ୍ରୀ କେବେ ହେଲେ ବିଦ୍ୟାଳୟକୁ ଠିକ ସମୟରେ ଆସନ୍ତି ନାହିଁ। ଏଣୁ ପିଲାଙ୍କ ପାଠ ପଢ଼ା ମଧ୍ୟ ବ୍ୟାହତ ହେଉଛି। ତେବେ ସରକାରଙ୍କ ଠାରୁ ମୋଟା ଅଙ୍କର ଦରମା ନେଉଥିଲେ ମଧ୍ୟ ଶିକ୍ଷୟିତ୍ରୀ ଜଣକ ନିଜର କର୍ତ୍ତବ୍ୟ ସମ୍ପାଦନରେ ଏଭଳି ଅନିୟମିତତା କାହା ସାହସରେ କରୁଛନ୍ତି ତାହା ପ୍ରଶ୍ନଘେରରେ। ଏଭଳି ବେପରୁଆ ମନୋଭାବ ପ୍ରଦର୍ଶନ କରି କୋମଳମତି ଶିଶୁଙ୍କ ଭବିଷ୍ୟତ ସହ ଖେଳୁଥିବା ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ପ୍ରଶାସନ ତଥା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଥିବା ଜଣାଯାଇଛି।