ମୁଖ୍ୟ ଖବର

ଏବେ ଠୁ ଡରାଇଲାଣି ଖରା : ଆଜି ଅନୁଗୁଳରେ ୩୫.୭ ଛୁଇଁଲା ପାରଦ

By Angul TV Bureau

February 11, 2025

ଅନୁଗୁଳ: କମୁଛି ଶୀତ, ବଢ଼ୁଛି ପାରଦ। ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ମଙ୍ଗଳବାର ୩୫.୭ ଛୁଇଁଛି ପାରଦ। ମାଘ ମାସ ଶେଷ ସୁଦ୍ଧା ଗ୍ରୀଷ୍ମପ୍ରବାହ ଅନୁଭୂତ ହେଲାଣି। ନଦୀନାଳରୁ ଜଳସ୍ତର ହ୍ରାସ ପାଉଥିବା ବେଳେ ଆଗକୁ ତାତି ଅସହ୍ୟ ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

ଗତବର୍ଷ ଫେବ୍ରୁଆରୀ ମାସ ୯ ତାରିଖରେ ଅନୁଗୁଳ ଜିଲ୍ଲାର ତାପମାତ୍ରା ୨୯.୧ ଡିଗ୍ରୀ ରହିଥିବା ବେଳେ ୧୦ରେ ୩୦.୧, ୧୧ରେ ୩୦.୭ ଡିଗ୍ରୀ ରହିଥିଲା। ଏହା ତୁଳନାରେ ଚଳିତ ବର୍ଷ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ବିଗତ ବର୍ଷକୁ ଲକ୍ଷ୍ୟ କଲେ ଚଳିତ ବର୍ଷ ତାପମାତ୍ରା ୫ ଡିଗ୍ରୀ ବୃଦ୍ଧି ହୋଇଥିବା ଜଣାପଡ଼ିଛି। ଏବେ ଠାରୁ ତାପମାତ୍ରା ହୁ ହୁ ହୋଇ ବଢ଼ୁଥିବା ବେଳେ ଚଳିତ ବର୍ଷ ଅଧିକ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ ବୋଲି ଆଶଙ୍କା ରହିଛି।