ମୁଖ୍ୟ ଖବର

ଢେଙ୍କାନାଳ ରାଇଡିହିରେ କଣ୍ଢେଇ ନାଚ ପରମ୍ପରା ସଙ୍କଟରେ

By Angul TV Bureau

March 16, 2026

ଢେଙ୍କାନାଳ: ଗତ ରବିବାର (୧୫ ମାର୍ଚ୍ଚ) ଆୟୋଜିତ ୩୫ତମ ଢେଙ୍କାନାଳ ହେରିଟେଜ୍ ୱାକ୍ ସମୟରେ ରାଇଡିହି ଗ୍ରାମର ପ୍ରାଚୀନ କଣ୍ଢେଇ ନାଚ ପରମ୍ପରା ଉପରେ ଆଲୋକପାତ କରାଯାଇଛି। ଡିଏଚ୍‌ଡବ୍ଲ୍ୟୁର ସଂଯୋଜକ ସୁରେଶ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ପ୍ରାୟ ୩୦ ଜଣ ଐତିହ୍ୟପ୍ରେମୀ ଏହି ଗ୍ରାମ ପରିଦର୍ଶନ କରିଥିଲେ। ୧୯୫୨ ମସିହାରେ ଶତ୍ରୁଘ୍ନ ଜେନା ଓ ବଂଶୀଧର ଧଳ ଗଞ୍ଜାମରୁ ପ୍ରେରଣା ପାଇ ଏହି କଳାକୁ ରାଇଡିହିରେ ଆରମ୍ଭ କରିଥିଲେ। ବର୍ତ୍ତମାନ ଗ୍ରାମରେ ୧୭ଟି କଣ୍ଢେଇ ନାଚ ଦଳ ସକ୍ରିୟ ଥିବାବେଳେ ପ୍ରତ୍ୟେକ ଦଳରେ ୮-୧୦ ଜଣ କଳାକାର ଥାଆନ୍ତି। ତଥାପି ଆର୍ଥିକ ସମସ୍ୟା ଓ ନୂତନ ପିଢ଼ିର ଅନାଗ୍ରହ ଯୋଗୁଁ ଏହି ପ୍ରାଚୀନ କଳାର ଅସ୍ତିତ୍ୱ ଧୀରେ ଧୀରେ ସଙ୍କଟରେ ପଡ଼ିଛି। ଏହାକୁ ସୁରକ୍ଷା ଦେବା ପାଇଁ ରାଇଡିହିକୁ “ହେରିଟେଜ୍ ପପେଟ୍ ଭିଲେଜ୍” ଭାବେ ଘୋଷଣା କରିବାକୁ ସ୍ଥାନୀୟ ଲୋକ ଓ ହେରିଟେଜ୍ ୱାକ୍ ଆୟୋଜକମାନେ ଦାବି କରିଛନ୍ତି।