ମୁଖ୍ୟ ଖବର

କରୋନା ବୃଦ୍ଧି ନେଇ ଆସିଲା ଚିକିତ୍ସା ଗାଇଡଲାଇନ୍

By Biswaranjan Pattnaik

January 09, 2022

ଅନୁଗୁଳ: ରାଜ୍ୟରେ ଓମିକ୍ରନ୍ ଓ କରୋନା ସଂକ୍ରମଣ ବୃଦ୍ଧି ହେତୁ ରାଜ୍ୟ ସରକାର ନୂଆ ଚିକିତ୍ସା ଗାଇଡଲାଇନ ଜାରି କରିଛନ୍ତି। ଜାନୁୟାରୀ ୯ ତାରିଖରେ ଜାରି ଚିଠି ଅନୁସାରେ ପ୍ରତି ମୁଖ୍ୟ ଚିକିତ୍ସାଲୟରେ ଫିଭର କ୍ଲିନିକ୍, ଆଇସୋଲେଶନ ୱାର୍ଡ ଖୋଲାଯିବ। ପୂର୍ବପରି ମୋବାଇଲ୍ ଟେଷ୍ଟିଂ ଆରମ୍ଭ ହେବ।କେବଳ ଗୁରୁତର ରୋଗୀଙ୍କୁ ଆଡ଼ମିଶନ କରାଯିବ। ଓପିଡିରେ ଭିଡ କମାଇବା ପାଇଁ ପୂର୍ବପରି ଟେଲିମେଡ଼ିସିନ ସେବା ଆରମ୍ଭ ହେବ। ଫାର୍ମାସିଷ୍ଟ,ନର୍ସ, ରେଡିଓ ଗ୍ରାଫର୍ ଭଳି ପଦବୀ ଯୁଦ୍ଧକାଳୀନ ଭିତ୍ତିରେ ପୂରଣ କରାଯିବ।ସେହିପରି ସରକାରୀ ଡାକ୍ତରଖାନା ଗୁଡ଼ିକରେ ଔଷଧ ଏବଂ ଆମ୍ବୁଲାନ୍ସ ସେବ କୁ ଗୁରୁତ୍ଵ ଦିଆଯିବ। କରୋନା ମହାମାରୀ ନେଇ ଲୋକଙ୍କୁ ବାରମ୍ବାର ସଚେତନ ମଧ୍ୟ କରାଯିବ ।