ଘଟଣା ଓ ଦୁର୍ଘଟଣା

ବିଳମ୍ବିତ ରାତିରେ ଜଳିଗଲା ଟ୍ରକ

By Sanjeeb Biswal

December 30, 2020

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗେଡ଼ିଆ ଗ୍ରାମରେ ବିଳମ୍ବିତ ରାତିରେ ଛିଡା ହୋଇଥିବା ଏକ ଟ୍ରକ ଓ ପାଖରେ ଥିବା ଚାଳଘର ଜଳିଯାଇଛି। ଆଇନଜୀବୀ ତଥା ବାଗେଡ଼ିଆ ଗ୍ରାମର ଦୁଷ୍ମନ୍ତ କୁମାର କର(୪୨)ଙ୍କ ଓଡ଼ି-୧୫-ଡି-୪୦୮୭ ନମ୍ବର ଟ୍ରକ ଗ୍ରାମର ବୁଢ଼ାଢ଼ିପସାହି ତାରିଣୀ ପିଢ଼ ନିକଟରେ ସବୁଦିନ ଭଳି ରାତିରେ ଛିଡା ହୋଇଥିଲା। ଗତ ବିଳମ୍ବିତ ରାତିରେ ଟ୍ରକଟି ହୁହୁ ହୋଇ ଜଳୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ଛେଣ୍ଡିପଦା ଦମକଳ ବାହିନୀ ପହଞ୍ଚି ନିଆଁ ଲିଭେଇଥିଲେ। ଟ୍ରକ ପାଖରେ ହରେକୃଷ୍ଣ ପାଣିଗ୍ରାହୀଙ୍କ ରାସନ ସାମଗ୍ରୀ ବଣ୍ଟନକେନ୍ଦ୍ରର ଚାଳ ମଧ୍ୟ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଚାଳଘର ନିଆଁ ଟ୍ରକକୁ ଲାଗିଥିବାର ସନ୍ଦେହ କରାଯାଉଛି।