ମୁଖ୍ୟ ଖବର

ଅନୁଗୁଳରେ ହେବ ସମନ୍ବିତ ଟ୍ରକ ଟର୍ମିନାଲ

By Biswaranjan Pattnaik

November 20, 2022

ଅନୁଗୁଳ: ଅନୁଗୁଳ ଶାବଳଭଙ୍ଗା ଠାରେ ଏକ ସମନ୍ବିତ ଟ୍ରକ ଟର୍ମିନାଲ ନିର୍ମାଣ କରାଯିବ। ଅନୁଗୁଳ ସମେତ ମୋଟ ୬ଟି ଜିଲ୍ଲାରେ ଏହି ଟର୍ମିନାଲ ନିର୍ମାଣ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ। ଏକ ଆକଳନରୁ ଜଣାପଡ଼ିଛି ୨୦୨୧ ମସିହାରେ ମୋଟ ୫୦୮୧ଟି ସଡକ ଦୁର୍ଘଟଣା ଘଟିଥିଲା।ଏଥିରୁ ୨୫ ପ୍ରତିଶତ ଦୁର୍ଘଟଣ। କେବଳ ବେଆଇନ ପାର୍କିଂ ଯୋଗୁଁ ଘଟିଥିବା ଜଣା ପଡ଼ିଛି। ଏଣୁ ଦୁର୍ଘଟଣା ହ୍ରାସ ପାଇଁ ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରୀଟି ପିପିପି ମୋଡରେ ଏହି ଟ୍ରକ ଟର୍ମିନାଲ କରିବାକୁ ଯାଉଛନ୍ତି।

ଉନ୍ନତ ପାର୍କିଂ ବ୍ୟବସ୍ଥା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଏହି ଟର୍ମିନାଲରେ ଗୋଦାମ ଘର, କୋଲଡ଼ ଷ୍ଟୋରେଜ, ରେଷ୍ଟୁରାଣ୍ଟ, ଧରମ କଣ୍ଟା, ଡରମିଟରୀ, ବାଥରୁମ, ଏଟିଏମ ଓ କ୍ଲିନିକ ଆଦି ରହିବ। ଏ ପ୍ରସଙ୍ଗ ନେଇ ଅନୁଗୁଳ ଟ୍ରକ ମାଲିକ ସଂଘ ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଲେ ଟର୍ମିନାଲ ପାଇଁ ସରକାର ୪ ଏକର ୯୫ ଡେସିମିଲ ଜମି ଯୋଗାଇଦେଇଛନ୍ତି। କିନ୍ତୁ କିଛି ସମସ୍ୟା ଯୋଗୁଁ ଜମି ସୀମା ଚିହ୍ନଟ କ୍ଷେତ୍ରରେ ସମସ୍ୟା ଦେଖା ଦେଇଛି। ଏନେଇ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଖୁବ ଶୀଘ୍ର ଏ ସମସ୍ୟାର ସମାଧନ ହେବ ବୋଲି ଆଶା କରାଯାଉଛି।ଟ୍ରକ ଟର୍ମିନାଲ ନିର୍ମାଣ ଦ୍ୱାରା ୫୫ ନମ୍ବର ଜାତୀୟ ରାଜପଥରେ ସୁର୍ଘଟଣା ଓ ମୃତାହତ ସଂଖ୍ୟା ନିଶ୍ଚିତ ରୂପେ କମିବ ।