ଘଟଣା ଓ ଦୁର୍ଘଟଣା

ଡ୍ରାଇଭରକୁ ମାଡ଼ ମାରି ଟ୍ରକ୍ ଲୁଟ

By Angul TV Bureau

March 02, 2022

ଅନୁଗୁଳ : ଡ୍ରାଇଭରକୁ ମାଡ଼ ମାରି ତିନି ଜଣ ଦୁର୍ବୃତ୍ତ ରାସ୍ତାରୁ ଏକ ଇଟା ବୋଝେଇ ଟ୍ରକ୍ ଲୁଟି ନେଇଛନ୍ତି। ମଙ୍ଗଳବାର ଦ୍ବିପ୍ରହର ବେଳେ ତାଳଚେର କଲିୟରୀ ଥାନା ଇଲାକାରେ ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ଟ୍ରକ୍ ମାଲିକଙ୍କ ପକ୍ଷରୁ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଛାନ୍‌ଭିନ୍ ଆରମ୍ଭ କରିଛି। ସୂଚନା ଯେ, ଦିନ ପ୍ରାୟ ସାଢ଼େ ୧୨ଟା ବେଳେ କୋଲିୟରୀ ଥାନା ଅନ୍ତର୍ଗତ କଳମଛୁଇଁର ଜୟଦୁର୍ଗା ଫ୍ଲାଏଆଶରୁ ଇଟା ନେଇ ଏକ ଟ୍ରକ୍ (ଓଡି୧୯ ଏଫ୍ ୬୬୨୨) ଡେରାସ୍ଥିତ ସେଣ୍ଟ୍ରାଲ୍ ହସ୍ପିଟାଲ୍‌କୁ ଆସୁଥିଲା। ସାଉଥବଲଣ୍ଡା ନିକଟରେ ତିନି ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଟ୍ରକ୍‌ର ବାଟ ଓଗାଳି ଥିଲେ । ମାରଣାସ୍ତ୍ର ଦେଖାଇ ଡ୍ରାଇଭରକୁ ଭୟଭୀତ କରିବା ସହ ବାଡ଼ିଆପିଟା ବି କରିଥିଲେ। ଡ୍ରାଇଭର୍‌କୁ ଗାଡ଼ିରୁ ଓହ୍ଲାଇ ଦୁଇ ଜଣ ଦୁର୍ବୃତ୍ତ ଗାଡ଼ି ନେଇ କେଉଁଆଡ଼େ ଫେରାର ହୋଇଥିଲେ ବୋଲି କୋଲିୟରୀ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।