କ୍ରୀଡ଼ା

୨୦ବର୍ଷରୁ କମ୍ ରାଜ୍ୟସ୍ତରୀୟ ଚେସ୍ ଚମ୍ପିୟାନସିପ ଉଦ୍‌ଘାଟିତ

By Biswaranjan Pattnaik

December 19, 2021

ଅନୁଗୁଳ: ଅନୁଗୁଳ ଗନ୍ଧିମାର୍ଗ ସ୍ଥିତ ଶିଶୁ ବିଦ୍ୟା ମନ୍ଦିର ଆଡିଟରିଆମରେ ଡିସେମ୍ବର ୧୯ ଓ ୨୦ ତାରିଖ ଦୁଇଦିନ ଧରି କୋଡିଏ ବର୍ଷରୁ କମ ବାଳକ ବାଳିକାଙ୍କ ପାଇଁ ରାଜ୍ୟସ୍ତରୀୟ ଚେସ୍ ଚମ୍ପିୟାନସିପ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ଚେସ୍ ସଂଘ ସମ୍ପାଦକ ରଞ୍ଜନ ମହାନ୍ତି ମୁଖ୍ୟ ଅତିଥି ରୂପେ ସମାରୋହକୁ ଉଦ୍‌ଘାଟନ କରିଥିଲେ। ଅନୁଗୁଳ ଜିଲ୍ଲା ଚେସ୍ ସଂଘ ସଭାପତି ଶାନ୍ତନୁ ସରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଶିଶୁ ବିଦ୍ୟା‌ ମନ୍ଦିରର ସମ୍ପାଦକ ଧନେଶ୍ୱର ନାୟକ, ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ପ୍ରଧାନ, ସଂକୁଳ ପ୍ରମୁଖ ସାଧୁଚରଣ ପ୍ରଧାନ ନରେନ୍ଦ୍ର ସାହୁ, ଶିକ୍ଷାବିତ ବିଜୟ ମୋଦିଙ୍କ ସମେତ ଟୁର୍ଣ୍ଣାମେଣ୍ଟର ପୃଷ୍ଠପୋଷକ ଗଙ୍ଗାଧର ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଗୁଳ ଚେସ୍ ସଂଘର ସମ୍ପାଦକ ବସନ୍ତ ଦାସ ଟୁର୍ଣ୍ଣାମେଣ୍ଟର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରୁ ପ୍ରତିଭା ଚୟନ କରାଯାଇ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଚାମ୍ପିୟାନସିପକୁ ପଠାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫୦ରୁ ଉର୍ଧ୍ବ ଖେଳାଳି ଅଂଶଗ୍ରହଣ କରୁଛନ୍ତି ।