କ୍ରୀଡ଼ା

୨୦ବର୍ଷରୁ କମ୍ ରାଜ୍ୟସ୍ତରୀୟ ଚେସ୍ ଚାମ୍ପିୟାନସିପ ଉଦ୍‌ଯାପିତ

By Biswaranjan Pattnaik

December 20, 2021

ଅନୁଗୁଳ: ଅନୁଗୁଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଅଡିଟରିଅମରେ ଚାଲିଥିବା ଦୁଇ ଦିନିଆ ରାଜ୍ୟ ସ୍ତରୀୟ ଚେସ୍ ଚାମ୍ପିୟାନସିପ୍ ଉଦ‌୍‌ଯାପିତ ହୋଇଯାଇଛି।‌ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଡା ସାର୍ଥକ ଷଡଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ କୃତୀ ପ୍ରଗିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ସମାରୋହରେ ଅନୁଗୁଳ ଚେସ୍ ସଂଘ ସଭାପତି ଶାନ୍ତନୁ କୁମାର ସର, ସମ୍ପାଦକ ବସନ୍ତ କୁମାର ଦାସ, ଶିଶୁ ମନ୍ଦିର ସମ୍ପାଦକ ଧନେଶ୍ୱର ନାୟକଙ୍କ ସମେତ ଓଡିଶା ଚେସ୍ ସଂଘର ବରିଷ୍ଠ କର୍ମକର୍ତା ମାନେ ଯୋଗ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟର ବାଳିକା ବିଭାଗରେ ଖୋର୍ଦ୍ଧାର ଅନନ୍ୟା ଅନାମିକା ଏବଂ ବାଳକ ବିଭାଗରେ ପୁରୀର ଜଗଦୀଶ ବାରିକ ସର୍ବାଧିକ ପଏଣ୍ଟ ହାସଲ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ। ମୋଟ ୨୨ଜଣ ଖେଳାଳୀଙ୍କୁ ପୁରସ୍କାର ଦିଆ ଯାଇଥିଲା। ଟୁର୍ଣ୍ଣାମେଣ୍ଟରୁ ବିଜୟୀ ଆଠ ଜଣ ପ୍ରତିଯୋଗୀ ଦିଲ୍ଲୀରେ ଆୟୋଜିତ ହେବାକୁଥିବା ଜାତୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ। ଆର୍ବିଟର ତାପସ କୁମାର ମହାନ୍ତି ଓ ସନ୍ତୋଷ ମହାପ।ତ୍ର ଖେଳ ପରିଚାଳନା କରିଥିଲେ ।