ଅନ୍ୟାନ୍ୟ

ତେଲିସାହି ଗ୍ରାମର ବିଭିନ୍ନ ସମସ୍ୟା ନେଇ ଏମ୍‌ସିଏଲ ଏରିଆ ପ୍ରୋଜେକ୍ଟ ଅଫିସରଙ୍କୁ ଭେଟିଲେ ଗାଁ ଲୋକ

By Angul TV Bureau

May 20, 2023

ତାଳଚେର: ତାଳଚେର ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ଦେଉଳବେଢ଼ା ତେଲିସାହି ଗ୍ରାମର ବିଭିନ୍ନ ସମସ୍ୟା ନେଇ ଗ୍ରାମବାସୀ ଏମ୍‌ସିଏଲ ତାଳଚେର ଏରିଆ ପ୍ରୋଜେକ୍ଟ ଅଫିସର ଦାଶରଥି ସାହୁଙ୍କୁ ସାକ୍ଷାତ କରିଛନ୍ତି।

ତାଙ୍କ ଦାବି ଗୁଡ଼ିକ ମଧ୍ୟରେ ଆଉ ଏକ ବାଲି ଫିଲିଙ୍ଗ ନେଇ ବୋରହୋଲ୍ କରିବା, ପାନୀୟ ଜଳ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା, ଡ୍ରେନ୍ କାର୍ଯ୍ୟକୁ ଯଥା ଶୀଘ୍ର ଟେଣ୍ଡର କରିବା ଆଦି ରହିଛି।

ଏହି ଦାବି ଉପସ୍ଥାପନ ବେଳେ ବିଘ୍ନେଶ୍ୱର ସାହୁ, ତୁଷାର କୁମାର ସାହୁ, ସୁବାସ ଚନ୍ଦ୍ର ସାହୁ ଓ ବାବୁଲାଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।