କ୍ରୀଡ଼ା

ଆସନ୍ତା ୧୨ ରୁ ଆରମ୍ଭ ହେଉଛି ସର୍ବଭାରତୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ, ଭାଗ ନେବେ ଭାରତର ସର୍ବଶ୍ରେଷ୍ଠ ଦଳ

By Swagatika Samantray

March 02, 2023

ଅନୁଗୁଳ : ଅନୁଗୁଳ ଭଲିବଲ ହୋମ୍ ପକ୍ଷରୁ ସର୍ବଭାରତୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବିଜୁ ମଇଦାନ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ସର୍ବଶ୍ରେଷ୍ଠ ଦଳ ଯଥା – ଓଏନଂ ଜିସିଂ, ତାମିଲନାଡୁ ପୋଲିସ, ଅଲ ଇଣ୍ଡିଆ ସିଆଇଏସଏଫ, ପାରାଦୀପ ପୋର୍ଟ, ଓଡିଶା ଦଳ, ସର୍ବଭାରତୀୟ ସୁପର ଲିଗରେ ଉନ୍ନତି ହୋଇଥିବା ଛତି ଶଗଡ ଦଳ ଓ ଅନ୍ୟ କେତେକ ଦଳ ଭାଗ ନେବାର କାର୍ଯ୍ୟକ୍ରମ ରହିଛି।

ଦୀର୍ଘ ୨୭ ବର୍ଷ ଧରି ଅନୁଗୁଳ ଭଲିବଲ ହୋମ୍ ସଫଳତାର ସହିତ ଅନୁଗୁଳ ଠାରେ ପ୍ରତିଯୋଗିତାର ଆୟୋଜନ କରି ଦେଶର ଖେଳ ମାନଚିତ୍ର ରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛି। ଭବିଷ୍ୟତ ପାଇଁ ୧୦୦ ଜଣ ପ୍ରଯୋଜକ ସଭ୍ୟ ସଂଗ୍ରହ ପାଇଁ ନିଷ୍ପତ୍ତି ନିଆଯାଇଛି। ଆଗ୍ରହୀ ଭଲିବଲ ପ୍ରେମୀମାନଙ୍କୁ ଏହାର ସଭ୍ୟ ହୋଇ ଭଲିବଲ ହୋମର ଭବିଷ୍ୟତକୁ ସ୍ଥାୟୀ କରିବାକୁ ଅନୁଷ୍ଠାନ ଆହ୍ବାନ କରିଛି।ଏଥିପାଇଁ ୯୪୩୭୩୬୦୨୫୮ରେ ଯୋଗାଯୋଗ କରିବାକୁ ସଂଘର ସାଧାରଣ ସମ୍ପାଦକ ବସନ୍ତ ଦାସ ସୂଚନା ଦେଇଛନ୍ତି।