ଘଟଣା ଓ ଦୁର୍ଘଟଣା

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଏବେ ଯାଏଁ ପହଞ୍ଚିନି ପ୍ରଶାସନ

By Angul TV Bureau

August 20, 2022

ଅନୁଗୁଳ: ଲଗାଣ ବର୍ଷା ଯୋଗୁ ସ୍ଥାନୀୟ ଛେଣ୍ଡିପଦା ବ୍ଲକ ଜରପଡା ଥାନା ତୁକୁଡ଼ା ଗାଁରେ ଜଣଙ୍କ କାନ୍ଥ ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟବଶତଃ ଏହି ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ।

ସୂଚନା ମୁତାବକ, ତୁକୁଡ଼ାର ଭଜମନ ପଲେଇ ପରିବାର ସହ ଘରେ ଶୋଇଥିବା ବେଳେ ତାଙ୍କ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି। ତେବେ ଏହି ଘଟଣାରେ କାହାର କିଛି କ୍ଷତି ହୋଇନାହିଁ। ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ସମସ୍ତ ଆସବାବପତ୍ର ବର୍ଷାରେ ଭିଜୁଛି। କିନ୍ତୁ ଏବେ ଯାଏଁ କୌଣସି ପ୍ରଶାସନିକ ଅଧିକାରୀ ତାଙ୍କ ନିକଟରେ ପହଞ୍ଚି ସହାୟତା ଯୋଗାଇ ନାହାନ୍ତି। ଏଣୁ ପରିବାରକୁ ସାହାଯ୍ୟ କରିବାକୁ ସେମାନେ ନିବେଦନ କରିଛନ୍ତି।