ଘଟଣା ଓ ଦୁର୍ଘଟଣା

ଅଗ୍ନିକାଣ୍ଡରେ ପୋଡ଼ିଗଲା ପୂରା ଘର, ଏକାଧିକ ଛେଳି ଓ ଗୋରୁ ଜୀବନ୍ତ ଦଗ୍ଧ

By Angul TV Bureau

January 21, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ପେଚାମୁଣ୍ଡି ପଞ୍ଚାୟତର ପେଚାମୁଣ୍ଡି ଗ୍ରାମର ଜଣଙ୍କ ଘରେ ନିଆଁ ଲାଗି ବ୍ୟାପକ କ୍ଷତି ହୋଇଛି। ଗାଁର ଟୁନି ନାଏକଙ୍କ ଘରେ ସୋମବାର ସକାଳୁ ଅଚାନକ ନିଆଁ ଲାଗିଯାଇଥିଲା।ସେ ନିଜେ ଲିଭେଇବାକୁ ଚେଷ୍ଟା କରି ବିଫଳ ହୋଇ ଦମକଳକୁ ଯୋଗାଯୋଗ କରିଥିଲେ। ପରେ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଗୋଟିଏ ଛେଳି ଏବଂ ପାଞ୍ଚଟି ଛେଳି ଛୁଆ ପୂରା ଜଳି ଯାଇଥିବା ବେଳେ ଦୁଇଟି ବଳଦ ଅଧା ପୋଡ଼ିଯାଇଛନ୍ତି। ତେବେ ନିଆଁ ଲାଗିବା କାରଣ ଜଣାପଡିନଥିବା ବେଳେ ବିଦ୍ୟୁତ ତାରରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଖବର ପାଇ ସରପଞ୍ଚ ରମେଶ ପ୍ରଧାନ ପହଞ୍ଚି ପ୍ରାଣୀ ସମ୍ପଦ ବିଭାଗୀୟ ଅଧିକାରୀ ଏବଂ ତହସିଲ ବିଭାଗ ଅଧିକାରୀ, ବିଦ୍ୟୁତ ବିଭାଗ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ନିବେଦନ କରିଥିଲେ।