ଘଟଣା ଓ ଦୁର୍ଘଟଣା

ଚରିତ୍ରକୁ ସନ୍ଦେହ କରି କୋର୍ଟରେ କେସ୍ କରିଥିଲେ ସ୍ୱାମୀ, ଏବେ ଘରେ ପଶିବାକୁ ଗେଟ୍ ସାମ୍ନାରେ ଧାରଣାରେ ସ୍ତ୍ରୀ

By Angul TV Bureau

November 21, 2022

ଅନୁଗୁଳ: ସ୍ୱାମୀ ଘରକୁ ପ୍ରବେଶ ପାଇଁ ବାହାରେ ବସିଛନ୍ତି ସ୍ତ୍ରୀ। ସାଙ୍ଗରେ ଅଛି କୁନି ଝିଅ। ଆଜି ସ୍ଥାନୀୟ ବଅଁରପାଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବଅଁରପାଳ ବ୍ଲକ ନାଲକୋ ସ୍ମେଲଟର୍ ପ୍ଲାଣ୍ଟ କାଷ୍ଟ ହାଉସରେ ପ୍ରବନ୍ଧକ ଭାବେ କାର୍ଯ୍ୟରତ ଦୁଃଖ ମୁର୍ମୁଙ୍କ ସ୍ତ୍ରୀ ଆଜି ସକାଳୁ କ୍ୱାର୍ଟର ଭିତରକୁ ଯିବାକୁ ବାହାରେ ଧାରଣାରେ ବସିଛନ୍ତି। ତାଙ୍କ ସହ ଝିଅ ବି ଅଛି। ତେବେ ଝିଅକୁ ଭିତରକୁ ଯିବାକୁ ଅନୁମତି ଥିବା ବେଳେ ମା’କୁ ଅନୁମତି ନାହିଁ। ଏଣୁ ସେ କ୍ୱାର୍ଟର ବାହାରେ ବସିଛନ୍ତି। ଏହି କାରଣରୁ କ୍ୱାର୍ଟର ଆଗରେ ଲୋକଙ୍କ ଭିଡ଼ ଜମିଛି।

ସୂଚନା ମୁତାବକ, ଉଭୟ କ୍ୱାର୍ଟର ନମ୍ବର C/41 ରେ ରହୁଥିଲେ। ପୁଅ ବାପାଙ୍କ ପାଖରେ ରହିଥିବା ବେଳେ ଝିଅ ମା’ ସାଙ୍ଗରେ କେଉଁଝରସ୍ଥିତ ବାପ ଘରକୁ ପଳାଇ ଥିଲେ। ଚରିତ୍ର ସନ୍ଦେହରେ ପ୍ରାୟ ବର୍ଷେ ହେଲା କୋର୍ଟରେ ଦୁଃଖ ଏକ ମାମଲା କରିଛନ୍ତି। ତେବେ ଆଜି ଉଭୟ ମା-ଝିଅ ସକାଳୁ ଏଠାକୁ ଆସି ଘର ଭିତରକୁ ପଶିବାକୁ ଉଦ୍ୟମ କରିଥିବା ବେଳେ ଦୁଃଖ ଗେଟରେ ତାଲା ପକାଇ ଦେଇଛନ୍ତି। ଏଣୁ ମହିଳା କ୍ୱାର୍ଟର ଆଗରେ ଧାରଣାରେ ବସିଛନ୍ତି। କିଛି ଅଘଟଣ ଆଶଙ୍କା କରି ଘଟଣାସ୍ଥଳରେ ସୁରକ୍ଷା କର୍ମୀ ମୁତୟନ ଥିବା ଜଣାଯାଇଛି।