ଘଟଣା ଓ ଦୁର୍ଘଟଣା

ମହିଳା ତିନି ସନ୍ତାନକୁ ଜନ୍ମ ଦେଲେ

By Biswaranjan Pattnaik

September 01, 2022

ଅନୁଗୁଳ: ତାଳଚେର କିଶୋରିପାଳ ଅଞ୍ଚଳର ଜଣେ ମହିଳା ଆଜି ଏକକାଳୀନ ତିନୋଟି ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଳଚେର ଥର୍ମାଲ ଏସଏସ ହସ୍ପିଟାଲରେ ସନ୍ତାନ ଗୁଡିକ ଜନ୍ମ ନେଇଥିଲେ। ସନ୍ତାନ ମଧ୍ୟରୁ ଦୁଇଟି ପୁଅ, ଗୋଟିଏ ଝିଅ। ତେବେ ସନ୍ତାନ ଗୁଡିକ ସାତ ମାସିଆ ହୋଇଥିବାରୁ ସେମାନଙ୍କ ଓଜନ ବହୁତ କମ ରହିଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅବସ୍ଥା ଗୁରୁତର ହେବାରୁ ସନ୍ତାନ ୩ଟିକୁ ଅନୁଗୁଳ ଏସଏନସିୟୁ ରେ ଭର୍ତି କରାଯାଇଛି।