ଘଟଣା ଓ ଦୁର୍ଘଟଣା

ମହିଳା ହରାଇଲେ ଏକ ଲକ୍ଷ ଟଙ୍କା

By Angul TV Bureau

August 02, 2021

ଅନୁଗୁଳ: ସିମ୍ କଟିଯିବାର ଭୟ ଦେଖାଇ ଲୁଟିଲେ ସାଇବର ଠକ। ମହିଳାଙ୍କ ଆକାଉଣ୍ଟରୁ ନେଇଗଲେ ଏକ ଲକ୍ଷ ଟଙ୍କା। କୋଲିୟରୀ ଥାନା ଇଲାକାରେ ଜଣେ ମହିଳା ଏହି ସାଇବର ଠକେଇର ଶିକାର ହୋଇଛନ୍ତି । ଥାନାରେ ଏନେଇ ଅଭିଯୋଗ । ହେବା ପରେ ପୁଲିସ୍ ଅନୁସନ୍ଧାନ ଆରମ୍ଭ କରିଛି। ସୂଚନା ମୁତାବକ, ଠକେଇର ଶିକାର ହୋଇଥିବା ମହିଳା ଏନ୍‌ଟିପିସି/ଟିଟିପିଏସ୍ ଥର୍ମାଲ୍‌ର ଟେମ୍ପୋରାରି ସେକ୍ଟରରେ ରହନ୍ତି । ଶନିବାର ପୂର୍ବାହ୍ନରେ ତାଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା।ନିଜକୁ ବିଏସ୍ଏନ୍ଏଲ୍ ଅଫିସ୍‌ କର୍ମଚାରୀ କହି ଠକ ଠକେଇର ଜାଲ ବିଛାଇଥିଲା। ଆଧାର କାର୍ଡ୍ ଅପଡେଟ୍ ସହ ଡେବିଡ୍ କାର୍ଡ ଜରିଆରେ ୧୦ ଟଙ୍କା ରିଚାର୍ଜ କରିବାକୁ କହିଥିଲା। ସିମ୍ କଟିଯିବାର ଭୟରେ ମହିଳା ଠକର ନିର୍ଦ୍ଦେଶ ମାନିଥିଲେ। କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ଏକ ଲକ୍ଷ ଟଙ୍କା ଖାଲି ହୋଇଯାଇଥିଲା। ସାଇବର ଠକେଇର ଶିକାର ହୋଇଥିବା ଜାଣି ମହିଳା କୋଲିୟରୀ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ପୁଲିସ୍‌ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।