ଅନ୍ୟାନ୍ୟ

ପାଣି ପାଇଁ ବ୍ଲକ୍ ଅଫିସ୍ ଘେରିଲେ ମହିଳା

By Sanjeeb Biswal

April 06, 2021

ଅନୁଗୁଳ: ଛେଣ୍ଡିପଦା ବ୍ଲକ ମାମୁରିଆ ଗ୍ରାମର ରୁଗୁଡ଼ିସାହିରେ ପାନୀୟ ଜଳ ସମସ୍ୟା ଯୋଗୁଁ ଆଜି ମହିଳାମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ। ପ୍ରକାଶ ଯେ, ଗ୍ରାମର ରୁଗୁଡ଼ିସାହିରେ ପାନୀୟ ଜଳ ସମସ୍ୟା ପ୍ରତିବର୍ଷ ଲାଗିରହିଛି । ଚଳିତ ବର୍ଷ ମାସେ ହେବ ପିଇବା ପାଣିର ସମସ୍ୟା ଲାଗିରହିଛି। ବାରମ୍ବାର ପ୍ରଶାସନ ନିକଟରେ ଏ ସମସ୍ୟା ନେଇ ସାହିବାସୀ ଦାବି କରିଆସୁଥିଲେ ମଧ୍ୟ ସୁଫଳ ମିଳୁନାହିଁ । ଆଜି ଗ୍ରାମର ୫୦ ରୁ ଅଧିକ ମହିଳା ଗାଁରୁ ଶୋଭାଯାତ୍ରାରେ ଆସି ଆସି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ। ତେବେ ବିଡ଼ିଓ ନଥିବାରୁ ଦାବିପତ୍ର ଦେଇ ଘରକୁ ଫେରିଥିଲେ। ଦାବି ପୂରଣ ନହେଲେ ଆସନ୍ତା ସପ୍ତାହରେ ବ୍ଲକ କାର୍ଯ୍ୟାଳୟରେ ତାଲା ପକେଇ ଦେବେ ବୋଲି ଚେତାବନୀ ଦେଇଛନ୍ତି।