ଘଟଣା ଓ ଦୁର୍ଘଟଣା

ଯୁବକଙ୍କୁ ନିସ୍ତୁକ ପିଟିଲେ ଷ୍ଟାର ହୋଟେଲ କର୍ମଚାରୀ

By Angul TV Bureau

September 18, 2021

ଅନୁଗୁଳ: ଅନୁଗୁଳ ସହରର ଇଣ୍ଡଷ୍ଟ୍ରିଆଲ ଛକରେ ଥିବା ଏକ ହୋଟେଲକୁ ଭୋଜି ଖାଇବାକୁ ଯାଇଥିବା ରାହୁଲ ସାରଳିଆ ନାମକ ଜଣେ ଯୁବକଙ୍କୁ ନିସ୍ତୁକ ପିଟେିଲେ ହୋଟେଲ କର୍ମଚାରୀ। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଅନୁଗୁଳ ଗାନ୍ଧୀମାର୍ଗରେ ରହୁଥିବା ରାହୁଲ ତାଙ୍କ ପରିବାରସହ ଶୁକ୍ରବାର ରାତିରେ ଏକୋଇଶିଆ ଭୋଜି ଖାଇବାକୁ ଯାଇଥିଲେ। ରାତି ପ୍ରାୟ ୧୦ଟାରୁ ୧୧ ମଧ୍ୟରେ ଖାଇବା ପିଇବା ଅସୁବିଧାନେଇ ରାହୁଲ ହୋଟେଲ କର୍ମଚାରୀଙ୍କୁ କଛି କହିଥିଲେ। ସେଠାରେ କିଛି ଉଚବାଚ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ହୋଟେଲର ପ୍ରାୟ ୧୫/୨୦ ଜଣ କର୍ମଚାରୀ ଲୁହା ରଡ଼ରେ ରାହୁଲଙ୍କୁ ଆକ୍ରମଣ କରିଥିଲେ। ଫଳରେ ରାହୁଲ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏ ନେଇ ରାହୁଲଙ୍କ ଭାଇ ଅନିଲ ସାରଳିଆ ଶନିବାର ଅନୁଗୁଳ ଥାନା ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୁଲିସ ଥାନା କେସ ନଂ ୪୭୨/୨୧ରେ ଦଫା ୩୪୧, ୨୯୪, ୩୨୩, ୫୦୬/୩୪ରେଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।