ମୁଖ୍ୟ ଖବର

ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ନୃଶଂସ ହତ୍ୟା, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

By Angul TV Bureau

April 21, 2023

ଅନୁଗୁଳ: ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ହୁଲୁରୀସିଂହା ଆମ୍ବେଦକର ନଗର ନିକଟରେ ଜଣେ ଯୁବକଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ଘଟଣାରୁ ପ୍ରକାଶ ଯେ ହୁଲୁରିସିଂହା ଗାଁର ଅଭିମନ୍ୟୁ ବେହେରାଙ୍କ ପୁଅ ପ୍ରକାଶ ବେହେରା ଗାଁ ଛକ ମୁଣ୍ଡରେ ଏକ କୁକୁଡ଼ା ଦୋକାନ କରିଥିଲେ। କିନ୍ତୁ ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ କେହି ତାଙ୍କୁ ହତ୍ୟା କରି ହୁଲୁରିସିଂହା ବ୍ରିଜ ନିକଟସ୍ଥ ଆମ୍ବେଦକର ନଗରର ଶେଷ ସୀମାରେ ପକାଇଦେଇଥିବା ଜଣାପଡିଛି। ତେବେ କୌଣସି ଧାରୁଆ ଅସ୍ତ୍ରରେ ପ୍ରକାଶଙ୍କ ଶରୀରକୁ ଆକ୍ରମଣ କରି ତାଙ୍କୁ ହତ୍ୟା କରାଯାଇଛି। ତାଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ରହିଛି। ଖବର ପାଇ ଅନୁଗୁଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।