ଘଟଣା ଓ ଦୁର୍ଘଟଣା

ଦିନ ଦିପହରେ ଚୋରି ଉଦ୍ୟମ ବିଫଳ,ଜଣକୁ ମାଡ଼ି ବସିଲେ କଲୋନୀବାସୀ

By Biswaranjan Pattnaik

December 06, 2024

ଅନୁଗୁଳ: ଗତ କିଛି ଦିନ ଧରି ସହରରେ ଚୋରଙ୍କ ଉତ୍ପାତ ବଢ଼ି ଯାଇଛି।ବିଶେଷକରି ଘର ମାଲିକ ଅନୁପସ୍ଥିତ ଥିବା ସୂଚନାପାଇ ସେମାନେ ଘରେ କଳାକନା ବୁଲାଇ ଦେଉଛନ୍ତି।

ଆଜି ଦିନ ପ୍ରାୟ ୩ ଟା ବେଳେ କିଛି ଚୋର କଲେଜ୍ ଛକ ସ୍ଥିତ ଫରେଷ୍ଟ କଲୋନୀରେ ଯାଇଥିଲେ। ଜଣେ ଘର ମାଲିକ ଶୁଦ୍ଧି କ୍ରିୟାରେ ଯୋଗ ଦେବା ପାଇଁ ବାହାରକୁ ଯାଇଥିବା ବେଳେ ଏଇ ମଉକାରେ ସେମାନେ ଘର ପଛ କବାଟ ଭାଙ୍ଗି ଘର ଭିତରକୁ ପଶି ଥିଲେ। କବାଟ ଭଙ୍ଗା ଶବ୍ଦରେ କିଛି କଲୋନୀ ବାସୀ ଜାଣି ପାରି ଚୋରଙ୍କୁ ଧରିବାପାଇଁ ଉଦ୍ୟମ କରିଥିଲେ। ସେମାନେ ଜଣଙ୍କୁ ଧରି ପାରି ଥିବା ବେଳେ ଅନ୍ୟମାନେ ଦୌଡ଼ି ପଳାଇ ଥିଲେ। ଖବର ପାଇ ଅନୁଗୁଳ ଥାନା ପୋଲିସ ଘଟଣାର ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।