ଘଟଣା ଓ ଦୁର୍ଘଟଣା

ମୋବାଇଲ ଦୋକାନ ସଟର ତାଡ଼ିଲେ

By Biswaranjan Pattnaik

April 01, 2023

ଅନୁଗୁଳ: ସ୍ଥାନୀୟ ସଂଜୀବନି ମାର୍କେଟର ଇଣ୍ଡିଆନ ମୋବାଇଲ ଦୋକାନର ସଟର ଗତ ଶୁକ୍ରବାର ରାତିରେ ତାଡି ଦୁର୍ବୁତ୍ତମାନେ କରିଥିବା ଚୋରି ଉଦ୍ୟମ ଫସର ଫାଟି ଯାଇଛି। ଚୋର ସଟରର ଦୁଇଟି ଯାକ ତାଲା ଭାଙ୍ଗି ଚୋରି ଉଦ୍ୟମ କରିଥିଲେ ହେଲେ ସଫଳ ହୋଇ ପାରି ନାହାନ୍ତି। ପାଟ୍ରୋଲିଂ ପୋଲିସ କିମ୍ବା ବାଟୋଇଙ୍କୁ ଦେଖି ସେମାନେ ପଳାଇ ଥିଲେ।ସକାଳୁ ଘଟଣା ଜଣା ପଡିବା ପରେ ଦୋକାନ ମାଲିକ ଶ୍ରୀମାନ ବିଶ୍ୱରଂଜନ ସାହୁ ଟାଉନ ଥାନାରେ ଏତଲା ଦେଇଛନ୍ତି।