ମୁଖ୍ୟ ଖବର

ସିସିଟିଭିରେ କଏଦ୍ ହେଲା ଚୋରି,   ଅଭିଯୁକ୍ତକୁ କାବୁ କଲା ପୋଲିସ୍

By Angul TV Bureau

May 17, 2026

ଅନୁଗୁଳୁ: ଅନୁଗୁଳ ସହର ସଞ୍ଜିବନୀ ମାର୍କେଟ୍‌ର ଏକ ଡ୍ରେସ୍ ଦୋକାନରୁ ଚୋରି ହୋଇଛି। ଦୁର୍ବୃତ୍ତ ଶନିବାର ଭୋରୁ ଦୋକାନରେ ପଶି ଚୋରି କରିଥିବା ବେଳେ ସିସିଟିଭି ନଜରରୁ କିନ୍ତୁ ବର୍ତିପାରିନି। ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ୍ ଅଭିଯୁକ୍ତକୁ କାବୁ କରି ଥାନାରେ ଅଟକ ରଖିଥିବା ଜଣାପଡିଛି।

ସୂଚନା ମୁତାବକ, ସଞ୍ଜିବନୀ ମାର୍କେଟ୍ ସ୍ଥିତ ଲକ୍ଷ୍ମୀ ମନ୍ଦିର ପାଖରେ ଥିବା ଏକ ଡ୍ରେସ୍ ଦୋକାନ ରହିଛି। ଶନିବାର ଭୋର ପ୍ରାୟ ସାଢ଼େ ୪ଟା ବେଳକୁ ଜଣେ ଦୁର୍ବୃତ୍ତ ଅଟୋରିକ୍ସାରେ ଆସି ପହଞ୍ଚିଥିଲା। ଦୋକାନ ମାଲିକ ଭିତରେ ଶୋଇଥିବା ବେଳେ ଦୁର୍ବୃତ୍ତ କିଛି ପୋଷାକ ପତ୍ର ଚୋରି କରି ଚମ୍ପଟ ମାରିଥିଲା। ସକାଳେ ଚୋରି ହୋଇଥିବା ଜାଣିବା ପରେ ଦୋକାନୀ ସିସିଟିଭି ଯାଞ୍ଚ କରିଥିଲେ । ସିସଟିଭିରେ ଚୋର ଚେହେରା କଏଦ୍ ହେବା ସହିତ ଗାଡ଼ିର ନମ୍ବରସ୍ପଷ୍ଟ ଜଣାପଡିଥିଲା। ଏ ନେଇ ସେ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ଅଭିଯୁକ୍ତକୁ କାବୁ କରିବା ପରେ ଥାନାକୁ ଆଣିତଦନ୍ତ ଚଳାଇଛି।